ପିଓକେରେ ସରକାର ବିରୋଧୀ ପ୍ରଦର୍ଶନ, ବିଜୁଳି ବିଲ୍‌କୁ ନେଇ ରାସ୍ତାକୁ ଓହ୍ଲାଇଲେ ଲୋକେ

ଇସଲାମାବାଦ,୩୦।୯: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ। ପ୍ରଥମେ ମହଙ୍ଗା ମାଡ଼ ପରେ ଏବେ ବିଜୁଳି ବିଲ୍‌କୁ ନେଇ ପାକିସ୍ତାନ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି ଲୋକେ। ଏପରିକି ସେମାନେ ବିଜୁଳି ଦେୟ ନଦେବା ଲାଗି ସ୍ଥିର କରି ବିଲ୍‌କୁ ନଦୀକୁ ଫିଙ୍ଗୁଥିବା ଦେଖାଯାଇଛି। ଯଥାଶୀଘ୍ର ସେମାନଙ୍କ ଦାବି ପୂରଣ ନ ହେଲେ ପୁରା ଅଞ୍ଚଳକୁ ଠପ୍‌ କରିଦିଆଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ପ୍ରକାଶ ଯେ, ପିଓକେରେ ପର୍ଯ୍ୟାପ୍ତ ପ୍ରାକୃତିକ ସାଧନ ଏବଂ ବିଜୁଳି ଉତ୍ପାଦନ ସତ୍ତ୍ୱେ ଏଠାକାର ଲୋକଙ୍କୁ ନିଜର ନିତ୍ୟ ଆବଶ୍ୟକତାକୁ ପୂରଣ କରିବା ଲାଗି ପାକିସ୍ତାନ ସରକାରଙ୍କ ଉପରେ ନିର୍ଭର ହେବାକୁ ପଡ଼ୁଛି। ବିକାଶ ତ ଦୂରର କଥା ସାଧାରଣ ଆବଶ୍ୟକତା ପୂରଣ ଲାଗି ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏହାକୁ ନେଇ ଏବେ ଲୋକେ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି।

Share