ବିଷମକଟକ, ୨୨।୨(ଡି.ଏନ୍.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତର ନିମଗିରି ମୁଣ୍ଡବାଲି ୮ ନମ୍ବର ବୁଥ୍ରେ ୨୩ ତାରିଖରେ ସାନି ନିର୍ବାଚନ ହେବାକୁ ସୋମବାର ରାଜ୍ୟ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବିଷମକଟକ ବ୍ଲକ ପ୍ରଶାସନ ପକ୍ଷରୁ ବୁଥରେ ବିଜ୍ଞାପନ ନୋଟିସ ମାରିବାକୁ ଯାଇଥିବା ବେଳେ ଗ୍ରାମର ଏକ ଗୋଷ୍ଠୀ ବିରୋଧ କରିଥିଲେ। ହେଲେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ସ୍ବାଗତ କରି ବ୍ଲକ କାର୍ଯ୍ୟାଳୟରେ ଏଜେଣ୍ଟ ଲିଷ୍ଟ ନେଇଛନ୍ତି।
ସୂଚନାନୁଯାୟୀ, ପ୍ରଥମ ପର୍ଯ୍ୟାୟରେ ବିଷମକଟକରେ ଭୋଟ ହୋଇଥିଲା। ମୁଣ୍ଡବାଲି ବୁଥ୍ ଟାମ୍ପିଂ ହୋଇଥିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଉକ୍ତ ଭିଡିଓରେ ଡଙ୍ଗରିଆମାନେ ଧାଡ଼ିରେ ଠିଆ ହୋଇଥିବାବେଳେ କେବଳ ୨ଜଣ ବ୍ୟକ୍ତି ଉପସ୍ଥିତ ରହି ନିର୍ଦ୍ଦିଷ୍ଟ ଚିହ୍ନରେ ସମସ୍ତଙ୍କ ପାଇଁ ଭୋଟ ଦେଉଥିବା ଦେଖିବାକୁ ମିଳିଥିଲା। ଏହାର ତଦନ୍ତ ପରେ ରାଜ୍ୟ ନିର୍ବାଚନ କମିଶନର ସେଠାରେ ସାନି ନିର୍ବାଚନ କରିବାକୁ ସ୍ଥିର କରିଛନ୍ତି।