କଳାବ୍ୟାଜ ପିନ୍ଧି କୃଷି କର୍ମଚାରୀଙ୍କ ପ୍ରତିବାଦ

ଗୁଣପୁର,୧୪।୭(ପ୍ରଦୀପ କୁମାର ପାଢ଼ୀ): ରାୟଗଡା ଜିଲା ଗୁଣପୁର କୃଷି କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀମାନେ ଶୁକ୍ରବାର କଳାବ୍ୟାଜ ପରିଧାନ କରି ପ୍ରତିବାଦ ଜଣାଇଛନ୍ତି। ସେମାନଙ୍କ ବିଭିନ୍ନ ଦାବି ନେଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପିନ୍ଧି ପ୍ରତିଦାବ କରିବେ। ଦାବି ପୂରଣ ନ ହେଲେ ଆସନ୍ତା ୧ ତାରିଖଠାରୁ ସମୂହ ଛୁଟିରେ ଯିବା ସହ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ଗ୍ରାମ୍ୟ କୃଷି କର୍ମଚାରୀ ପଦବୀର ନାମ ପରିବର୍ତ୍ତନ କରି କୃଷି ସମ୍ପ୍ରସାରଣ ଅଧିକାରୀ କରିବା, ଗ୍ରେଡ ପେ ୨୦୦୦ରୁ ୪୨୦୦ ଟଙ୍କା ଲାଗୁ କରିବା, କାର୍ଯ୍ୟକାଳ ସମୟରେ ୩ରୁ ୪ ଥର ପଦୋନ୍ନତି, କ୍ୟାଡର ନିୟମର ପୁର୍ନଗଠନ, ଚୁକ୍ତି ଭିତ୍ତିକ ବ୍ୟବସ୍ଥା ଉଠିବା ପରେ ୨୦୧୩ ମସିହା ପୂର୍ବରୁ ନିଯୁକ୍ତି ପାଇଥିବା ଗ୍ରାମ୍ୟ କୃଷି କର୍ମଚାରୀଙ୍କ ୬ ବର୍ଷ ଚୁକ୍ତି ଭିତ୍ତିକ ସମୟକୁ ମୂଳ ଚାକିରିରେ ଗଣନା କରି ୬ଟି ଇନକ୍ରିମେଣ୍ଟ ପ୍ରଦାନ କରିବା ଏବଂ ପଞ୍ଚାୟତ, ବ୍ଲକସ୍ତରରେ କାଯର୍ର୍‌ୟାଳୟ ସହ କମ୍ପ୍ଯଯଟର ଓ ମୋବାଇଲ ଚାର୍ଜ ଖର୍ଚ୍ଚ ପ୍ରଦାନ କରିବାକୁ ଦାବି ହୋଇଛି। ଓଡିଶା ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ ଦିଆଯାଇଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ଗୁଣପୁରଠାରେ ପ୍ରତିବାଦ କରାଯାଇଥିବା ଜିଲା ସଭାପତି ଏସ.ଶ୍ରୀନିବାସ ରାଓ ସୂଚନା ଦେଇଛନ୍ତି।