ବିଭିନ୍ନ ଦାବି ନେଇ ଜିଲାପାଳଙ୍କ ଅଫିସ ସମ୍ମୁଖରେ ପାଚିକା ସହାୟକ ସଂଘର ବିକ୍ଷୋଭ

ଛତ୍ରପୁର,୨୨ା୨(ଦିଲ୍ଲୀପ ସାମଲ/(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଏଆଇଟିୟୁସି ସହ ବନ୍ଧିତ ପାଚିକା ସଂଘ ପକ୍ଷରୁ ୬ ଦଫା ଦାବି ନେଇ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପାଚିକାମାନେ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଯୋଜନାକୁ ସଫଳ କରିଆସୁଛନ୍ତି। ବିଦ୍ୟାଳୟରେ ୬ ଘଣ୍ଟାରୁ ଅଧିକ ସମୟ ପ୍ରଯ୍ୟନ୍ତ ରହି କାମ କରି ଆସୁଥିଲେ ବି ସେମାନେ ସର୍ବନିମ୍ନ ମଜୁରୀରୁ ବଞ୍ଚିତ ହେଉଛନ୍ତି। ରାଜ୍ୟରେ ପାଚିକାମାନଙ୍କୁ ପୂର୍ବରୁ ମାସିକ ୧୪୦୦ ଶହ ଟଙ୍କା ଥିବା ବେଳେ ମାତ୍ର ୬ ଶହ ଟଙ୍କା ବୃଦ୍ଧି ହୋଇ ୨୦୦୦ ଟଙ୍କା କରାଯାଇଛି ଯାହା କି ଅନ୍ୟ ରାଜ୍ୟ ତୁଳନାରେ କମ୍‌। ତେଣୁ ରାଜ୍ୟ ସରକାର ଏହାକୁ ବିଚାର କରି ମାସିକ ୧୮୦୦୦ ଟଙ୍କା ଦାବି କରାଯାଇଛି। ପରେ ୫ ଲକ୍ଷ ପ୍ରଦାନ, ପ୍ରସୂତିକାଳୀନ ଛୁଟି ୧୮୦ ଦିନ, ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମ ବ୍ୟତିତ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ କରା ନ ଯାଉ, କାର୍ଯ୍ୟରତ ବେଳେ ଦୁର୍ଘଟଣା ଘଟିଲେ ସମ୍ପୂର୍ଣ୍ଣ ମେଡିକାଲ ଖର୍ଚ୍ଚ ଦିଆଯାଉ, ପାଚିକାମାନଙ୍କର ବକେୟା ୨୪ ମାସର ଟଙ୍କା ଆସିଥିବା ବେଳେ କିଛି ପାଚିକା ପାଇ ନାହାନ୍ତି ତେଣୁ ତୁରନ୍ତ ପ୍ରଦାନ କରିବା, ୧୦ ମାସ ବଦଳରେ ୧୨ ମାସର ଭତ୍ତା ପ୍ରଦାନ କରାଯାଉ ଏବଂ ଅବସର ପରେ ପେନ୍‌ସନ୍‌ ପ୍ରଦାନ ଦାବି କରାଯାଇଥିଲା। ଏହି ଦାବିଗୁଡ଼ିକ ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବା ବୋଲି ଚେତାବନୀ ଦେଇଥିଲେ। ପରେ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ସ୍ମାରକପତ୍ର ପ୍ରଦାନ ବେଳେ ନିଖିଳ ଓଡ଼ିଶା ଏମ୍‌ଡିଏମ୍‌ ପାଚିକା ସହାୟକ ସଂଘ ଗଞ୍ଜାମ ଜିଲା କମିଟି ସଭାପତି ରାଜେନ୍ଦ୍ର ଦାସ,ସମ୍ପାଦିକା କୁନି ମହାପାତ୍ର, ଶ୍ରମିକ ନେତା ନୀଳକଣ୍ଠ ଦାଶ ଓ ଦୁର୍ଯ୍ୟୋଧନ ନାହାକ,ସିଏଚ୍‌ ଜନାର୍ଦ୍ଦନ ରେଡ୍ଡୀଙ୍କ ସମେତ ବହୁ ପାଚିକା ସାମିଲ ଥିଲେ। ପ୍ରାରମ୍ଭରେ ଛତ୍ରପୁରସ୍ଥିତ ଲକ୍ଷ୍ମଣ ଭବନରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ଧାରରେ କୁମ୍ଭକାରଙ୍କ କୌଳିକ ବୃତ୍ତି: ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

କୋକସରା,୨୬ା୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଲୋକର ପର୍ବ ଦୀପାବଳି ଆସିଲେ ଗାଁଠୁ ସହର ଚଳଚଞ୍ଚଳ ହୋଇଉଠେ। ଏହି ପର୍ବରେ ସବୁଠୁ ଅଧିକ ଆବଶ୍ୟକ ହୁଏ ଦୀପ।...

କାର୍ଯ୍ୟରେ ଯୋଗ ଦେବା ପରେ, ତଦାରଖ କଲେ ବିଡିଓ

ଦାରିଙ୍ଗବାଡି,୨୬।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବଡିଓ ଭାବେ ପ୍ରୀତିରଞ୍ଜନ ରଥ ଶୁକ୍ରବାର ବିଳମ୍ବିତ ରାତିରେ କାର୍ଯ୍ୟରେ ଯୋଗଦେଇଥିଲେ। ପରେ ଶନିବାର ସେ ଦାରିଙ୍ଗବାଡି...

ପୌରାଧ୍ୟକ୍ଷା ପଦ ହରାଇବା ପରେ ବିଷ୍ଣୁ ପ୍ରଧାନଙ୍କୁ ମିଳିଲା ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ

ଭବାନୀପାଟଣା,୨୬ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ପୌରପାଳିକା ଅଧ୍ୟକ୍ଷା ସଂଯୁକ୍ତା ବେହେରା ନିଜ ପଦ ହରାଇବା ନେଇ ଗୁରୁବାର ଗୃହ ଓ ନଗର ଉନ୍ନୟନ...

ସାନଖେମୁଣ୍ଡିରେ ବାଘ ଆତଙ୍କ, ଟ୍ରାପ୍‌ କ୍ୟାମେରା ଖଞ୍ଜିଲା ବନ ବିଭାଗ

ଦିଗପହଣ୍ଡି/ପାଟପୁର,୨୬ା୧୦(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ନରସିଂହ ଗଡ଼ ଗ୍ରାମ ନିକଟ ରତନେଇ ସଂରକ୍ଷିତ ଜଙ୍ଗଲରେ ଶନିବାର ସକାଳେ...

ଜଙ୍ଗଲରୁ ମଳିଲା ମହିଳାଙ୍କ ମୃତଦେହ: ହତ୍ୟା କରି…

ଶେରଗଡ,୨୬ା୧୦(ସୂର୍ଯ୍ୟ ନାରାୟଣ ଦାଶ): ଗଞ୍ଜାମ ଜିଲା ଶେରଗଡ ବ୍ଳକ ଅଧୀନ ବାଦଗଡ ଗ୍ରାମ ଠାକୁରାଣୀ ମନ୍ଦିର ନିକଟସ୍ଥ ଶାଗୁଆନ ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହ ଜବତ...

ବାତ୍ୟା ଡ୍ୟୁଟିରେ ଥିବା ଡାକ୍ତରଙ୍କୁ କାମୁଡ଼ିଲା ସାପ, ଆଇସିୟୁରେ ଭର୍ତ୍ତି

ମହାକାଳପଡ଼ା,୨୬ା୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବାବର ପିଏଚ୍‌ସିରେ ଜଣେ ଡାକ୍ତରଙ୍କ ଡ୍ୟୁଟି ପଡ଼ିଥିଲା। ତେବେ ସେ ଶୌଚ ପାଇଁ ବାହାରକୁ ଯାଇଥିବାବେଳେ ତାଙ୍କୁ...

ବାତ୍ୟା ପରେ ଦୁଃଖ ଦେଉଛି ବର୍ଷାପାଣି

ତିହିଡ଼ି,୨୬ା୧୦(ସଞ୍ଜିତ ବଳ): ବାତ୍ୟା ଦାନା ପ୍ରଭାବରେ ୩ଦିନ ଧରି ଲଗାଣ ବର୍ଷା ହୋଇଛି। ଯାହାଫଳରେ ତିହିଡ଼ି ବ୍ଲକର ବିଭିନ୍ନ ଗାଁକୁ ବର୍ଷାପାଣି ପ୍ରବେଶ କରିଛି। ଗୁଆମାଳ...

ଆମ୍ବୁଲାନ୍ସ ଡ୍ରାଇଭର ମାନସଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, କହିଲେ ବାତ୍ୟା ସମୟରେ…

ରାଜନଗର,୨୬ା୧୦: କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳରେ ‘ଦାନା’ର ତାଣ୍ଡବ ସମୟରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ମାନସ ମଳିକ ସାହସିକତା ଦେଖାଇଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri