ଘାସ, ନଡ଼ା ଖାଇ ଗାଁ ସାଥୀଙ୍କ ବିକ୍ଷୋଭ

ଭୁବନେଶ୍ୱର,୨୫।୯(ଅନୁରାଧା ମହାରଣା): ଗାଁ ସାଥୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସରକାରୀ ଗାଇଡ୍‌ଲାଇନ କାର୍ଯ୍ୟକାରୀ କରାଯାଉନାହିଁ। ମାସିକ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ୨୦୨୧ରେ ତତ୍‌କାଳୀନ ପଞ୍ଚାୟତିରାଜ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ବର୍ତ୍ତମାନ ଯାଏ ପ୍ରଦାନ କରାଯାଉନାହିଁ। ଏଭଳି ୨ଟି ଅଭିଯୋଗ ନେଇ ଗାଁ ସାଥୀ(ମେଟ୍‌) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ଅଭିନବ ପ୍ରତିବାଦ କରାଯାଇଛି। ହଜାର ହଜାର ଗାଁ ସାଥୀ ଲୋୟର ପିଏମ୍‌ଜିରେ ପହଞ୍ଚତ୍ ପ୍ରଥମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଯଜ୍ଞପାଠ କରିଥିଲେ। ଜୀବନଜୀବିକା ବିପନ୍ନ ହୋଇଯାଇଥିବା ଦର୍ଶାଇ ଘାସ ଓ ନଡ଼ା ଖାଇ ପ୍ରତିବାଦ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ସମ୍ମୁଖରେ ଏପରି ପ୍ରତିବାଦ କରାଯାଇଥିବାବେଳେ ଆସନ୍ତା ୩୦ ତାରିଖରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଘ ସଭାପତି ଲକ୍ଷ୍ମୀଧର ବିଶ୍ୱାଳ ଚେତାବନୀ ଦେଇଛନ୍ତି।

Share