କିଶାନ ମଜଦୂର ସଭା ପକ୍ଷରୁ ବିକ୍ଷୋଭ: ମୁଖ୍ୟମନ୍ତ୍ରୀଙ୍କୁ ଦେଲେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ସର୍ବ ଭାରତୀୟ କୃଷକ ଓ କୃଷି ସଙ୍ଗଠନ ଅଖିଳ ଭାରତ କିଶାନ ମଜଦୂର ସଭା(ଏଆଇକେଏମ୍‌ଏସ୍‌) ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଫସଲ କ୍ଷତିପୂରଣ ଦାବିରେ ରବିବାର ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ଅନୀତା କୁମାରୀ ସାହୁଙ୍କୁ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅଦିନିଆ ବର୍ଷା ଫଳରେ ଦିଗପହଣ୍ଡି ତହସିଲ ଅଧିନ ଗ୍ରାମାଞ୍ଚଳର ସମସ୍ତ କ୍ଷତିଗସ୍ତ ଚାଷୀ ଭାଗଚାଷୀ ଓ ଆଦିବାସୀ ମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଉ। ରିଲିଫ କୋଡ଼ର ମାନଦଣ୍ଡକୁ କୋହଳ କରାଯାଇ ଜମିରେ କଟାହୋଇ ଗଦା ହୋଇଥିବା ଧାନ ଫସଲକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଉ। ଧାନ ଫସଲର ଏକର ପିଛା ୨୫ ହଜାର ଏବଂ ପନିପରିବା ଫସଲର ଏକର ପିଛା ୫୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଉ। ସମସ୍ତ ଚାଷୀ ଓ ଭାଗଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ। ଏଫଏକ୍ୟୁମାନକୁ କୋହଳ କରାଯାଇ ଚାଷୀଙ୍କ ସମସ୍ତ ଧାନଫସଲକୁ ମଣ୍ଡି ମାଧ୍ୟମରେ କ୍ୱିଣ୍ଟାଲ ପ୍ରତି ୩୧ ଶହ ଟଙ୍କାରେ କ୍ରୟ କରାଯାଉ। ସମସ୍ତ ଚାଷୀ ଭାଗଚାଷୀଙ୍କ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ କରାଯାଉ। ରବୀ ଚାଷ ପାଇଁ ମୁଗ, ବିରି,ଚିନା ବାଦାମ ବିହନ ମାଗଣାରେ ପ୍ରଦାନ କରାଯାଉ।
ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ବେଲପତ୍ର ଘାଇର ପୁନଃରୁଦ୍ଧାର କରାଯାଉ ବୋଲି ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ସ୍ମାରକପତ୍ର ପ୍ରଦାନ ସମୟରେ ଏଆଇକେଏମଏସର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ଦିଗପହଣ୍ଡି ବ୍ଲକ କମିଟି ସଭାପତି ଲଡୁ କିଶୋର ଡାକୁଆ,କାର୍ଯ୍ୟକର୍ତ୍ତା ନାରାୟଣ ବିଷୋୟୀ, ପ୍ରକାଶ ଗୌଡ଼, ଗନ୍ତେଇ ମଳିକ, ଶ୍ୟାମଘନ ବିଷୋୟୀ,ଧୋବା ଜେନା, ଉଜ୍ଜଳ ବିଷୋୟୀ, ରୀତା ଦାସ,ଜିନ୍ତା ଦାସଙ୍କ ନେତୃତ୍ୱରେ ଶତାଧିକ ଚାଷୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଓକିଲ ସଂଘ ନିର୍ବାଚନ: ଭୀଷ୍ମଦେବ ସଭାପତି, ଲଲାଟେନ୍ଦୁ ସମ୍ପାଦକ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ଶୁକ୍ରବାର ବରଗଡ଼ ଜିଲା ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି। ସଂଘର ସଭାପତି ଭାବେ ଭୀଷ୍ମଦେବ ସରାଫ୍‌ କ୍ରମାଗତ ତୃତୀୟଥର ପାଇଁ ନିର୍ବାଚିତ...

ରାୟଗଡ଼ା ଓକିଲ ସଂଘ ନିର୍ବାଚନ: ଦେବି ସଭାପତି, ମଙ୍ଗଳ ସମ୍ପାଦକ ଭାବେ ନିର୍ବାଚିତ

ରାୟଗଡା,୨୯।୩(ଭାଗ୍ୟଶ୍ରୀ ମିଶ୍ର): ରାୟଗଡ଼ା ଓକିଲ ସଙ୍ଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସକାଳ ୮ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଚାଲିଥିଲା। ଶେଷରେ ଫଳାଫଳ ଘୋଷଣା ହୋଇ...

ତାଳଚେର ଓକିଲ ସଂଘ ନିର୍ବାଚନ: ସନ୍ତୋଷ ସଭାପତି, ମାନସ ସମ୍ପାଦକ

ତାଳଚେର,୨୯ା୩(ମନୋଜ ନନ୍ଦ)- ଅନୁଗୋଳ ଜିଲା ତାଳଚେର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ସନ୍ତୋଷ ସାହୁ, ଉପସଭାପତି ଭାବେ ପ୍ରମୋଦ...

ପାଲଲହଡ଼ା ଓକିଲ ସଂଘ ନିର୍ବାଚନ: ମନୋରଞ୍ଜନ ସଭାପତି, ରଶ୍ମିରଞ୍ଜନ ସମ୍ପାଦକ

ପାଲଲହଡ଼ା,୨୯ା୩(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ା ଓକିଲ ସଂଘର ସାଧାରଣ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଭାବେ ମନୋରଞ୍ଜନ ପାଳ, ଉପସଭାପତି ଭାବେ...

ଛତ୍ରପୁର ଓକିଲ ସଂଘ: ପ୍ରଦୀପ ଷଷ୍ଠ ଥର ପାଇଁ ସଭାପତି ନିର୍ବାଚିତ

ଛତ୍ରପୁର,୨୯ା୩(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି। ସଙ୍ଘର ସଭାପତି ଭାବେ ଷଷ୍ଠ ଥର...

ଆଠମଲ୍ଲିକ ବାର୍‌ ଆସୋସିଏଶନ ନିର୍ବାଚନ: ସୁଶାନ୍ତ ସଭାପତି, ଅର୍ଜୁନ ସମ୍ପାଦକ

ଆଠମଲ୍ଲିକ,୨୯ା୩(ଉଦୀପ୍ତ ପୁରୋହିତ)- ଅନୁଗୋଳ ଜିଲା ଆଠମଲ୍ଲିକ ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ସୁଶାନ୍ତ କୁମାର ମହାପାତ୍ର, ଉପସଭାପତି ଭାବେ ବିଦ୍ୟୁତ୍‌...

ଖେମୁଣ୍ଡିି ଓକିଲ ସଂଘ ନିର୍ବାଚନ: ପ୍ରଦୀପ ସମ୍ପାଦକ ଭାବେ ନିର୍ବାଚିତ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କେବଳ ସମ୍ପାଦକ ପଦବୀ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶନିବାର ଶାନ୍ତିଶୃଙ୍ଖଳାର ସହ ମତଦାନ...

ଭଞ୍ଜନଗର ବାର ଆସୋସିଏଶନ ନିର୍ବାଚନ: ଲକ୍ଷ୍ମୀକାନ୍ତ ସଭାପତି, ଜ୍ୟୋତିରାଜ ସମ୍ପାଦକ

ଭଞ୍ଜନଗର,୨୯।୩(ବାବୁଲା ପ୍ରଧାନ): ଭଞ୍ଜନଗର ବାର ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ସକାଳ ସାଢ଼େ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ହୋଇଥିଲା। ଏଥିରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image