ଇସ୍ରାଏଲକୁ ପଠାଯାଉଥିଲା ଗୋଳା ବାରୁଦ, ସେନା ଜାହାଜକୁ ଅଧା ବାଟରେ ରୋକିଲେ ପ୍ରଦର୍ଶନକାରୀ

ଓ୍ବାଶିଂଟନ୍‌,୮।୧୧: ଦିନକୁ ଦିନ ଗାଜା ଷ୍ଟ୍ରିପରେ ଯୁଦ୍ଧର ଧ୍ୱଂସଲୀଳା ବଢିବାରେ ଲାଗିଛି। ଏହାକୁ ନେଇ ଅନେକ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଆମେରିକାର ଅନେକ ସହରରେ ଗାଜା ଆକ୍ରମଣକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି। ପ୍ରଦର୍ଶନକାରୀମାନେ ତୁରନ୍ତ ଯୁଦ୍ଧ ବିରାମ ପାଇଁ ଦାବି କରୁଛନ୍ତି। ପାଲେଷ୍ଟାନୀୟ ସମର୍ଥକମାନେ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ନ ଯୋଗାଇବାକୁ ଆମେରିକା ସରକାରଙ୍କ ଆଗରେ ଅଡି ବସିଛନ୍ତି।
ଏହାରି ଭିତରେ ଶହଶହ ପ୍ରଦର୍ଶନକାରୀମାନେ ଓ୍ବାଶିଂଟନ୍‌ର ଟୋକମା ବନ୍ଦରରେ ବହୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଯୋଗାଣ ବେଳେ ଜବତ କରିଛନ୍ତି। ସେମାନେ ବନ୍ଦରରେ ପ୍ରଦର୍ଶନ କରିବା ସମୟରେ ଆମେରିକାର ଏକ ସେନା ଜାହାଜ ଗୋଳା ବାରୁଦ ଓ ଅସ୍ତ୍ରଶସ୍ତ୍ର ସହ ଇସ୍ରାଏଲ ଯିବା ପାଇଁ ପ୍ରସ୍ତୁତ ହେଉଥିଲା। ଏହି ସମୟରେ ପ୍ରଦର୍ଶନକାରୀମାନେ ଜାହାଜକୁ ଅଧା ବାଟରେ ରୋକିଛନ୍ତି।

Share