ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ଘରକୁ ପିକନିକ ସ୍ପଟ କରିଛନ୍ତି ପ୍ରଦର୍ଶନକାରୀ

କଲମ୍ବୋ,୧୧ ।୭: ଶ୍ରୀଲଙ୍କାର ବିଗିଡିଯାଇଥିବା ଆର୍ଥିକ ସ୍ଥିତିକୁ ନେଇ ଏବେ ସେଠାରେ ପ୍ରଦର୍ଶନକାରୀମାନେ ଉଗ୍ର ହୋଇଛନ୍ତି । ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଂଘେଙ୍କ ସରକାରୀ ବାସଭବନ ‘ଟେମ୍ପଲ ଟ୍ରି’କୁ ଏବେ ପ୍ରଦର୍ଶନକାରୀ ନିଜ କବଜାରେ ରଖିଛନ୍ତି । କେବଳ ସେତିକି ନୁହେଁ ସେଠାରେ ରହୁଥିବା ପ୍ରଦର୍ଶନକାରୀମାନେ ଭିତରେ ଖାଦ୍ୟ ରାନ୍ଧୁଥିବାର ଫଟୋ ଏବେ ଦେଖିବାକୁ ମିଳିଛି । ଭିତରେଥିବା ଜଣେ ପ୍ରଦର୍ଶନକାରୀ କହିଛନ୍ତି, ଆମେ ଏଠାରେ ରୋଷେଇ ଆରମ୍ଭ କରିଦେଇଛୁ । ଆମେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଇସ୍ତଫାକୁ ନେଇ ସଂଘର୍ଷ କରିଛୁ । ତେଣୁ ଯେପର୍ଯ୍ୟନ୍ତ ସେମାନେ ଇସ୍ତଫା ଦେଇ ନାହାନ୍ତି ସେପର୍ଯ୍ୟନ୍ତ ଆମେ ପ୍ରଧାନମନ୍ତ୍ରୀ ନିବାସ ପରିସରରୁ ବାହାରକୁ ଯିବୁ ନାହିଁ । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଥିବା ବେଳେ ରାଷ୍ଟ୍ରପତି କିନ୍ତୁ ଇସ୍ତଫା ଦେଇ ନାହାନ୍ତି ।
ପ୍ରଦର୍ଶନକାରୀ ପ୍ରଧାନମନ୍ତ୍ରୀ ୱିକ୍ରମାସିଂଘେଙ୍କ ବାସଭବନ ପରିସରରେ କ୍ୟାରମ ଖେଳିବା, ଆରାମରେ ଶୋଇବା, ବୁଲିବା ଦେଖାଯାଇଛି ।

Share