ସୁରକ୍ଷା ଦାବି କଲା ହସ୍ପିଟାଲ ବଞ୍ଚାଅ ଅଭିଯାନ: ଡାକ୍ତରଖାନାରେ ଧାରଣାରେ ବସିଲେ

ବରଗଡ଼ ଅଫିସ,୩୧।୮: ବରଗଡ଼ ସହର ମଧ୍ୟରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ମଙ୍ଗଳବାର ଭୋରରୁ ଦୁର୍ବୃତ୍ତମାନେ ଆକ୍ରମଣ କରିବା ପରେ ସେଠାରେ ସୁରକ୍ଷା ଚିନ୍ତା ବଢ଼ିଯାଇଛି। ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ, ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ସୁରକ୍ଷା ଦାବିରେ ହସ୍ପିଟାଲ ବଞ୍ଚାଅ ଅଭିଯାନ ସଂଗଠନ ଧାରଣାକୁ ଓହ୍ଲାଇଛି। ଭବାନୀ ପ୍ରସାଦ ସାହୁ, ରମେଶ ମହାପାତ୍ରଙ୍କ ସମେତ ସଂଗଠନର ଅନ୍ୟ ସଭ୍ୟମାନେ ଧାରଣାରେ ସାମିଲ ଅଛନ୍ତି ।
ପ୍ରକାଶଥାଉକି, ମଙ୍ଗଳବାର ଭୋରରେୁ ୨ଜଣ ଦୁର୍ବୃତ୍ତ ଡାକ୍ତରଖାନରେ ପଶି କାର୍ଯ୍ୟରତ ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ ଏବଂ ଜଣେ ପ୍ରସୂତୀଙ୍କ ସ୍ବାମୀ, ସମ୍ପର୍କୀୟଙ୍କୁ ଆକ୍ରମଣ କରିବା ସହିତ ୨ଟି କାର୍‌ ଏବଂ ଡାକ୍ତରଖାନାର ଅନ୍ୟ ସାମଗ୍ରୀ ଭଙ୍ଗାରୁଜା କରିଥିଲେ। ପୋଲିସ ୨ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।

Share