Categories: ଜାତୀୟ

ରାଜଭବନ ଆଗରେ ମେଣ୍ଢା ଧରି ବିକ୍ଷୋଭ

କୋଲକାତା, ୨୦।୫: ନାରଦ ଷ୍ଟିଙ୍ଗ୍‌ ଅପରେଶନ ମାମଲାର ତଦନ୍ତ କରୁଥିବା ସିବିଆଇ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଫିର୍‌ହାଦ ହକିମ, ସୁବ୍ରତ ମୁଖାର୍ଜୀ ଏବଂ ଟିଏମ୍‌ସି ବିଧାୟକ ମଦନ ମିତ୍ରଙ୍କୁ ଗିରଫ ପ୍ରତିବାଦରେ ସୋମବାର ଟିଏମ୍‌ସି ଦଳୀୟ କର୍ମୀମାନେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତେବେ କୋଲକାତା ନାଗରିକ ମଞ୍ଚର ସଦସ୍ୟମାନେ ରାଜଭବନ ରାଜଭବନ ଉତ୍ତର ଗେଟ୍‌ ନିକଟରେ ପଲେ ମେଣ୍ଢା ଆଣି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏନେଇ ରାଜ୍ୟପାଳ ଜଗଦୀପ୍‌ ଧନ୍‌ଖର କୋଲକାତା ପୋଲିସ ମୁଖ୍ୟଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ପୋଲିସ ଉପସ୍ଥିତିରେ ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହୋଇଛି। ରାଜଭବନ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ନିଷିଦ୍ଧାଞ୍ଚଳ ହୋଇଥିବାବେଳେ ସେଠାରେ ଉଦ୍ଦେଶ୍ୟମୂଳକ ଭାବେ ଆଇନଶୃଙ୍ଖଳା ଉଲ୍ଲଂଘନ କରାଯାଇଥିବା ନେଇ ଧନ୍‌ଖର ଅଭିଯୋଗ କରିଛନ୍ତି।

Share