Categories: ଜାତୀୟ

ଜେଲ୍‌ରେ ଥିବା ଆନ୍ଦୋଳନକାରୀଙ୍କୁ ମିଳିବ ୨ ହଜାର ଟଙ୍କା ସହାୟତା: ମିଳିତ କିଷାନ ମୋର୍ଚ୍ଚା

ନୂଆଦିଲ୍ଲୀ,୧୪।୨: ଜାନୁୟାରୀ ୨୬ରେ ଦିଲ୍ଲୀର ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସା ଘଟଣାରେ କେତେକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇ ଜେଲ୍‌ରେ ରଖାଯାଇଛି। ସେମାନଙ୍କ ଆର୍ଥିକ ସହାୟତା ସ୍ବରୂପ ମିଳିତ କିଷାନ ମୋର୍ଚ୍ଚା ପକ୍ଷରୁ ୨ ହଜାର ଟଙ୍କା ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ସୋମବାର ସୁଦ୍ଧା ଏହା ସେମାନଙ୍କର ସଞ୍ଚୟ ଖାତାରେ ପହଞ୍ଚିଯିବ ବୋଲି ମୋର୍ଚ୍ଚାର ଆଇନ ପ୍ରମୁଖ ପ୍ରେମ ସିଂ ଭଗୁ ସୂଚନା ଦେଇଛନ୍ତି। ସମ୍ପ୍ରତି ତିହାର ଜେଲରେ ୧୧୨ ଆନ୍ଦୋଳନକାରୀ ବନ୍ଦ ରହିଛନ୍ତି। ସେମାନଙ୍କ ଅବସ୍ଥା ବୁଝିବା ପାଇଁ ମୋର୍ଚ୍ଚାର ଆଇନ ଟିମ୍‌ ଜେଲ ପରିଦର୍ଶନ ମଧ୍ୟ ଯାଇଥିଲେ। ଇତତିମଧ୍ୟରେ ୧୦ ଜଣ ଆନ୍ଦୋଳନକାରୀଙ୍କୁ ଜାମିନ ମିଳିଥିବାବେଳେ ଅନ୍ୟ ୨ ଜଣଙ୍କୁ ସୋମବାର ଜାମିନ ମିଳିବାର ଆଶା ରହିଛି ବୋଲି ଆଇନ ଟିମ୍‌ ପକ୍ଷରୁ କୁହାଯାଇଛି।

Share