Categories: ଜାତୀୟ

ମୃତଦେହ ରାସ୍ତାରେ ରଖି ବିରୋଧ କଲେ ଜେଲ ସହ ଜରିମାନା: ସରକାର ଆଣୁଛନ୍ତି ନୂଆ ଆଇନ…

ଚଣ୍ଡିଗଡ,୧୩।୧୨ : ଏଣିକି ଲୋକେ ମୃତଦେହକୁ ରାଜପଥ କିମ୍ବା ରାସ୍ତାରେ ରଖି ବିରୋଧ କରିପାରିବେ ନାହିଁ। ଆସନ୍ତା ବିଧାନସଭା ଅଧିବେଶନରେ ହରିୟାଣା ସରକାର ଏକ ନୂତନ ବିଲ ଆଣୁଛନ୍ତି। ଯାହା ଅନ୍ତର୍ଗତ ଏଭଳି କରିବା ଏକ ଆଇନଗତ ଅପରାଧ ହେବ।

ବାସ୍ତବରେ, ହରିୟାଣା ବିଧାନସଭାର ଶୀତ ଅଧିବେଶନ ୧୫ ଡିସେମ୍ବରରୁ ଆରମ୍ଭ ହେଉଛି। ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ସରକାର ହରିୟାଣା ମୃତ ଦେହ ସମ୍ମାନ ବିଲ ଆଣିବେ। ବିଲରେ ଅନେକ ବ୍ୟବସ୍ଥା କରାଯାଇଛି। ଦଣ୍ଡ ସହିତ ଦୋଷୀମାନଙ୍କ ଉପରେ ମଧ୍ୟ ଜରିମାନା ଲାଗୁ କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କର୍ତ୍ତୃପକ୍ଷ ମୃତ ଦେହ ଊପରେ ନିଜର ଅଧିକାର ଜାହିର କରି ଶେଷ ରୀତିନୀତି କରିପାରିବେ।

ବିଲରେ ଏକ ବ୍ୟବସ୍ଥା ଅଛି ଯଦି କେହି ମୃତ ଶରୀର ସହିତ କୌଣସି ପ୍ରକାରର ବିରୋଧ କରନ୍ତି, ତେବେ ଏହା ଅପରାଧ ବର୍ଗରେ ପଡ଼ିବ। ମୃତକଙ୍କ ପରିବାର ଏବଂ ବିକ୍ଷୋଭକାରୀଙ୍କ ବିରୋଧରେ ମାମଲା ରୁଜୁ ହେବ। ଯଦି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଗୋଟିଏ ବର୍ଷ ଜେଲ ଓ ୫୦ ହଜାର ଟଙ୍କା ଜୋରିମାନା ଲାଗୁ କରାଯିବ।

ସିଏମ ମନୋହର ଲାଲ ଖଟ୍ଟର ଏବଂ ଗୃହ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ ବିଜ୍‌ ଏହି ବିଲର କିଛି ବ୍ୟବସ୍ଥା ଉପରେ ଆପତ୍ତି ଉଠାଇଥିଲେ ଏବଂ ଏହା ପରେ ବିଲର ଡ୍ରାଫ୍ଟ ଉପରେ ପୁଣି ଆଲୋଚନା ହୋଇଥିଲା। ଅପରପକ୍ଷରେ, ହରିୟାଣା ସରକାର ରାଜସ୍ଥାନ ସମେତ ଅନ୍ୟାନ୍ୟ ରାଜ୍ୟର ଆଇନ ମଧ୍ୟ ଅଧ୍ୟୟନ କରିବେ ଏବଂ ତା’ପରେ ଡ୍ରାଫ୍ଟରେ ସଂଶୋଧନ କରିବେ।

ବିଲରେ ଏକ ବ୍ୟବସ୍ଥା ଥିଲା ଯଦି କେହି ଘରୋଇ ଡାକ୍ତରଖାନାରେ ବିଲ ପୈଠ କରିବାକୁ ଅସମର୍ଥ ତେବେ ମୃତଦେହ ପରିବାର ସଦସ୍ୟଙ୍କୁ ଦିଆଯିବ ଏବଂ ଡାକ୍ତରଖାନା ଶବ ହସ୍ତାନ୍ତର କରିବାକୁ ମନା କରିପାରିବେ ନାହିଁ। କିନ୍ତୁ ବର୍ତ୍ତମାନ ଏହି ବ୍ୟବସ୍ଥା ସମ୍ବନ୍ଧରେ ଏକ ସଂଶୋଧନ ହେବ। ନ ଡାକ୍ତରଖାନା ପରିଚାଳନା ବିଲ ପୈଠ ନ କରି ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଏହାର ଅର୍ଥ ବିଲ ଦେବାକୁ ପଡିବ। ଅନ୍ୟପକ୍ଷରେ ଯଦି ମୃତଦେହକୁ ରାସ୍ତାରେ ରଖି ବିରୋଧ କରାଯାଏ, ତେବେ ପୋଲିସ ଓ ପ୍ରଶାସନ ମୃତଦେହର ଶେଷ ରୀତିନୀତି କରିପାରିବେ।

Share