ନୂଆଦିଲ୍ଲୀ,୨୬ା୧- ନୂଆ କୃଷି ଆଇନ ବିରୋଧରେ ଚାଷୀଙ୍କ ଦ୍ୱାରା ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ଟ୍ରାକ୍ଟର ରାଲିରେ ଘଟିଛି ଅଘଟଣ। ସେଣ୍ଟ୍ରାଲ ଦିଲ୍ଲୀଠାରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ଏ ନେଇ ସ୍ପଷ୍ଟ କରିଛି ସ୍ଥାନୀୟ ପୋଲିସ। ମୃତୁକଙ୍କ ସମ୍ପର୍କରେ ବିଶେଷ କିଛି ଜଣା ପଡ଼ିନାହିଁ।
ସେଣ୍ଟ୍ରାଲ ଦିଲ୍ଲୀର ଆଇଟିଓଠାରେ ଟ୍ରାକ୍ଟର ପରେଡ୍ରେ ଭାଗ ନେଇଥିବା ଜଣେ କୃଷକଙ୍କ ମୃତ୍ୟୁ ହୋଇଛି। ପୋଲିସର କହିବା ଅନୁଯାୟୀ, ଟ୍ରାକ୍ଟର ଓଲଟି ପଡ଼ିବାରୁ ଚାଳକ ଜଣକ ଗାଡ଼ି ତଳେ ଚାପି ହୋଇଯାଇଥିଲେ। ଏହାପରେ ମୃତକଙ୍କ ମର ଶରୀରକୁ ତ୍ରିରଙ୍ଗା ପତାକାରେ ଘୋଡ଼ାଇ ଦେଇ ବିକ୍ଷୋଭ ପ୍ରଦର୍ଶନ କରିିଥିଲେ ଅନ୍ୟ କୃଷକମାନେ। ଶବ ବ୍ୟବଚ୍ଛେଦ ଲାଗି ନେବାକୁ ପୋଲିସକୁ ଦେଇ ନ ଥିଲେ।