Posted inଜାତୀୟ

”ପ୍ରଧାନମନ୍ତ୍ରୀ ପୁଣି ପଞ୍ଜାବ ଆସିଲେ ରକ୍ଷା ପାଇବେ ନାହିଁ”, ଖୋଲା ଧମକ ଦେଲେ ଆନ୍ଦୋଳନରତ କୃଷକ

ନୂଆଦିଲ୍ଲୀ,୧୪।୨: ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ଜଣେ କୃଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଖୋଲାଖୋଲି ଧମକ ଦେଇଛନ୍ତି। ସେ କହିଛନ୍ତି ‘ଯଦି ପ୍ରଧାନମନ୍ତ୍ରୀ ପୁଣି ପଞ୍ଜାବ ପରିଦର୍ଶନ କରନ୍ତି ତେବେ ପ୍ରଧାନମନ୍ତ୍ରୀ ଏଥର ରକ୍ଷା ପାଇବେ ନାହିଁ।’ ପୁନର୍ବାର ପଞ୍ଜାବ ଆସିଲେ ପ୍ରଧାନମନ୍ତ୍ରୀଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ହେବ।

ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, “ମୋଦି ଗତଥର ପଞ୍ଜବରୁ ଖସି ଯାଇଥିଲେ; କିନ୍ତୁ ଯଦି ସେ ପୁଣି ପଞ୍ଜାବକୁ ଆସନ୍ତି, ତେବେ ସେ ରକ୍ଷା ପାଇବେ ନାହିଁ।”

ଏହାରି ମଧ୍ୟରେ, ବୁଧବାର ଦ୍ୱିତୀୟ ଦିନ ପଞ୍ଜାବ ଏବଂ ହରିୟାଣା ମଧ୍ୟରେ ଆନ୍ତ-ରାଜ୍ୟ ସୀମା ଉପରେ ବିଶାଳ ସୁରକ୍ଷା ବ୍ୟବସ୍ଥା ଦେଖିବାକୁ ମିଳିଛି। ଏକତ୍ରିତ କୃଷକମାନେ ଜାତୀୟ ରାଜଧାନୀକୁ ଯିବା ପାଇଁ ଜିଦ୍ ଧରିଛନ୍ତି, ଯାହା ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ର ଆଇନଗତ ଗ୍ୟାରେଣ୍ଟି ସମେତ ପୂରଣ ହୋଇନଥିବା ଦାବି ଉପରେ ନିଜର ବିରୋଧ ପ୍ରଦର୍ଶନ କରିବାକୁ ଚାହୁଁଛନ୍ତି।

ଖବର ଅନୁଯାୟୀ, ପ୍ରଦର୍ଶନକାରୀଙ୍କୁ ଜାତୀୟ ରାଜଧାନୀରେ ପହଞ୍ଚିବାକୁ ରୋକିବା ଉଦ୍ଦେଶ୍ୟରେ ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା। ତେବେ କୃଷକମାନଙ୍କ ଦ୍ୱାରା ପଥର ମାଡ଼ରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।

ବିଭିନ୍ନ ଦାବି ମଧ୍ୟରୁ ହିଂସାତ୍ମକ କୃଷକମାନେ ଋଣ ଛାଡ ଏବଂ ଚାଷ ଆଇନକୁ ବିରୋଧ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଅପରାଧିକ ମାମଲା ବନ୍ଦ କରିବାକୁ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୟପୁର ଦୁର୍ଘଟଣାର ଛାତିଥରା କାହାଣୀ: ଜଳନ୍ତା ଅବସ୍ଥାରେ ଅଢେଇ କିଲୋମିଟର ଦୌଡିଲେ ୩୦ ଲୋକ

ଜୟପୁର,୨୨।୧୨: ରାଜସ୍ଥାନ ଜୟପୁରରେ ହୋଇଥିବା ଭୟଙ୍କର ସଡ଼କ ଦୁର୍ଘଟଣା ଏବେ ପର୍ଯ୍ୟନ୍ତ ଲୋକଙ୍କ ମନରୁ ଲିଭି ନାହିଁ। ଏହି ଦୁର୍ଘଟଣାରେ ୧୪ ଜଣ ଜୀବନ୍ତ ଦଗ୍ଧ...

ବିବାହ ପାଇଁ ପ୍ରସ୍ତୁତ ହେଉଥିବା ପରିବାର ଏବେ ଅପେକ୍ଷା କରିଛନ୍ତି ଝିଅର ମୃତ ଦେହକୁ

ଶିମଲା,୨୨।୧୨: ପଞ୍ଜାବର ସୋହାନା, ମୋହାଲିରେ ଭୁଷୁଡି ପଡିଥିବା ବିଲଡିଂକୁ ନେଇ ହିମାଚଳ ପ୍ରଦେଶର ଏକ ପରିବାରରେ ଶୋକର ଛାୟା ଖେଳିଯାଇଛି। ନିଜ ଝିଅର ବିବାହ ପାଇଁ...

ପ୍ରେମିକାଙ୍କୁ ହୋଟେଲ ଉପରୁ ଠେଲିଦେଲେ ପ୍ରେମିକ, ବାନ୍ଧିଲା ପୋଲିସ

ବାରାଣସୀ, ୨୨।୧୨: ଉତ୍ତରପ୍ରଦେଶର ବାରାଣସୀ ଜିଲା ଚେତଗଞ୍ଜ ଥାନା ରାମକୋଟରାସ୍ଥିତ ଏକ ହୋଟେଲର ତୃତୀୟ ମହଲାରୁ ଶୁକ୍ରବାର ଫୁର୍କନ ନାମକ ଜଣେ ଯୁବକ(୨୩) ନିଜ ପ୍ରେମିକା...

କେମିତି ଅଛନ୍ତି ପ୍ରତାପ ଷଡଙ୍ଗୀ, ମୁକେଶ ରାଜପୁତ? ଅପଡେଟ ଦେଲା ହସ୍ପିଟାଲ

ନୂଆଦିଲ୍ଲୀ,୨୨।୧୨: ସଂସଦ ବାହାରେ ଝଗଡା ପରେ ଉଭୟ ଭାଜପା ଏମପି ପ୍ରତାପ ଷଡଙ୍ଗୀ ଏବଂ ମୁକେଶ ରାଜପୁତଙ୍କୁ ଦିଲ୍ଲୀର ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି...

ଆମେରିକାକୁ ବାଧ୍ୟ କଲା ଭାରତର ଶକ୍ତି, ଏହି ନିୟମକୁ କରିବାକୁ ପଡିଲା ପରିବର୍ତ୍ତନ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨।୧୨: ଏବେ ସାରା ବିଶ୍ୱରେ ଭାରତର ଶକ୍ତି ଏବଂ ଏହାର ସାମର୍ଥ୍ୟର ଶବ୍ଦ ଶୁଣିବାକୁ ମିଳୁଛି। ଆଜି ବିଶ୍ୱର ସମସ୍ତ ଦେଶ ଭାରତର ଶକ୍ତିକୁ ସ୍ବୀକୃତି...

କୁଏତରେ ଶ୍ରମିକଙ୍କ ସହ ଓଡ଼ିଆରେ କଥା ହେଲେ ମୋଦି

ନୂଆଦିଲ୍ଲୀ,୨୨ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ କୁଏତ ଗସ୍ତରେ ଯାଇଛନ୍ତି। ସେଠାରେ ଭାରତୀୟ ତଥା ଓଡ଼ିଆ ଶ୍ରମିକଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଛନ୍ତି ।...

୨୪ ଘଣ୍ଟାରେ ଏହି ରାଜ୍ୟରେ ଗିରଫ ହେଲେଣି ୪୧୬ ଜଣ, ଆଶ୍ଚର୍ଯ୍ୟ କରିବ ଏହା ପଛର କାରଣ

ଗୁଆହାଟି,୨୨।୧୨: ଆସାମ ସରକାର ବାଲ୍ୟ ବିବାହ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ରବିବାର (୨୨ ଡିସେମ୍ବର ୨୦୨୪)ରେ କହିଛନ୍ତି ଯେ...

କଂଗ୍ରେସ ପାଇଁ ଖରାପ ଖବର

ଚଣ୍ଡିଗଡ଼,୨୨।୧୨: ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କଂଗ୍ରେସ ପରାଜୟର ସମ୍ମୁଖୀନ ହୋଇଛି। ଦିଲ୍ଲୀ ବିଧାନସଭା ନିର୍ବାଚନ ମଧ୍ୟ ମୁଣ୍ଡ ଉପରେ ରହିଛି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri