Categories: ଜାତୀୟ

ଆରମ୍ଭ ହେଲା ଟ୍ରାକ୍ଟର ରାଲି: କୃଷକ ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୨୬ ।୧: ଗୋଟିଏ ପଟେ ଦେଶ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ରାଜଧାନୀ ରାଜପଥରେ ସମାରୋହକୁ ଉପଭୋଗ କରୁଛନ୍ତି ଦେଶବାସୀ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀରେ ଆରମ୍ଭ କରିଛନ୍ତି ଟ୍ରାକ୍ଟର ରାଲି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ବି ରାଲି ଆରମ୍ଭରୁ କୃଷକ ଓ ପୋଲିସ ମୁହାଁମୁହଁ ହୋଇଛନ୍ତି । ନଏଡାରେ କୃଷକମାନେ ବାରିକେଡ ଭାଙ୍ଗି ଦେଇଥିବା ଜଣାପଡିଛି । ପୋଲିସର ହେୟଜ୍ଞାନ ଯୋଗୁ ଏପରି ହୋଇଥିବା କୁହାଯାଉଛି । ଏହାପରେ ପୋଲିସ କୃଷକଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ଲାଠି ଚାର୍ଜ କରିଛି । ଅକ୍ଷରଧାମ ପୂର୍ବରୁ ପୋଲିସ ଏନ୍‌ଏଚ୍ ୨୪ରେ ବାରିକେଡ କରିଥିଲା । ହେଲେ କେତେଜଣ କୃଷକ ଟ୍ରାକ୍ଟର ସାହାଯ୍ୟରେ ବାରିକେଡକୁ ଭାଙ୍ଗି ଦିଲ୍ଲୀ ଭୀତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ସୂଚନାଯୋଗ୍ୟ, କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ଫେରାଇ ନେବାକୁ ଦାବି କରି ଆଜିକୁ ପ୍ରାୟ ୬୨ ଦିନ ହେବ ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀର ଭିନ୍ନ ଭିନ୍ନ ସୀମାରେ ଆନ୍ଦୋଳନରେ ବସିଛନ୍ତି ।

Share