ଆନ୍ଦୋଳନ ପ୍ରତ୍ୟାହାର କଲେ ସଫେଇ କର୍ମଚାରୀ, ୨ ଦିନ ଭିତରେ ଦାବି ପୂରଣ ନ ହେଲେ…

ଭୁବନେଶ୍ୱର,୧୩।୩: ଦୁଇ ଦିନ ଧରି ରାଜଧାନୀରେ ଆନ୍ଦୋଳନ କରି ଆସୁଥିବା ସଫେଇ କର୍ମଚାରୀ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି। ବୁଧବାର ମେୟର ସୁଲୋଚନା ଦାସଙ୍କ ସହ ସଂଘ ଆଲୋଚନା କରିବାପରେ ସଫେଇ କର୍ମଚାରୀ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ୨ଦିନ ଭିତରେ ଦାବି ପୂରଣ ନ ହେଲେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଅଳିଆ ପୃଥକୀକରଣ ନ କରିବା ଏବଂ ଦରମା ୧୫ ହଜାର ଟଙ୍କା ପ୍ରଦାନ ଦାବିରେ ସଫେଇ କର୍ମଚାରୀ ଦୁଇ ଦିନ ଧରି ଆନ୍ଦୋଳନ କରି ଆସୁଥିଲେ।

Share