କଳାବ୍ୟାଣ୍ଡ ପିନ୍ଧି ପ୍ରତିବାଦ କଲେ ରେସ୍‌ଲର

ନୂଆଦିଳ୍ଲୀ,୧୧ା୫: ରେସଲିଂ ଫେଡେରେଶନ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ଦିଲ୍ଳୀର ଯନ୍ତରମନ୍ତରଠାରେ ରେସ୍‌ଲରଙ୍କ ଧାରଣା ୧୮ ଦିନରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ଧାରଣାରେ ବସିଥିବା ରେସ୍‌ଲରମାନେ କଳାବ୍ୟାଣ୍ଡ ପିନ୍ଧି ପ୍ରତିବାଦ କରିବା ସହ ଏହାକୁ କଳାଦିବସ ବୋଲି ବର୍ଣ୍ଣନା କରିଛନ୍ତି।

ଅଲିମ୍ପିକ୍‌ ପଦକ ବିଜେତା ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଓ ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ଭିନେଶ ଫୋଗତ, ସତ୍ୟବ୍ରତ କାୟିଡ୍ୟାନ ଏବଂ ଜିତେନ୍ଦର କିନ୍ହା ପ୍ରମୁଖ ଧାରଣାରେ ବସିଛନ୍ତି। ଅନ୍ୟପକ୍ଷେ ଖେଳାଳିମାନେ ବ୍ରିଜ୍‌ଭୂଷଣଙ୍କ ତୁରନ୍ତ ଗିରଫ ଦାବି କରିଛନ୍ତି। ଖେଳାଳିଙ୍କ ସହିତ କିଛି ସମର୍ଥକ ମଧ୍ୟ କଳାବ୍ୟାଣ୍ଡ ପିନ୍ଧି ଆନ୍ଦୋଳନରେ ସାମିଲ ହୋଇଥିଲେ।

Share