Categories: ଜାତୀୟ

ପିଡ଼ିପି କାର୍ଯ୍ୟାଳୟରେ ତ୍ରିରଙ୍ଗା ଲଗାଇବା ପାଇଁ ପ୍ରବେଶ କଲେ ଯୁବକର୍ମୀ

ଜମ୍ମୁ, ୨୫।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ସଦସ୍ୟା ମେହବୁବା ମୁଫ୍‌ତି ତ୍ରିରଙ୍ଗାକୁ ନେଇ ଦେଇଥିବା ମନ୍ତବ୍ୟ ଯୋଗୁ ଏବେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଜମ୍ମୁରେ ଯୁବକର୍ମୀମାନେ ରବିବାର ପିଡ଼ିପି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ତ୍ରିରଙ୍ଗା ଲଗାଇବାର ଉଦ୍ୟମ କରିଛନ୍ତି। ସେମାନେ ମେହବୁବାଙ୍କ ବିରୋଧରେ ସ୍ଲୋଗାନ୍‌ ଦେବା ସହିତ ପୋଲିସ ସହିତ ଟଣାଓଟରା ହୋଇଛନ୍ତି। ଆଇନ ବ୍ୟବସ୍ଥା ସମ୍ପର୍କରେ ଯୁବକମାନଙ୍କୁ ଅବଗତ କରାଇ ପୋଲିସ ବୁଝାସୁଝା କରିଛି। ଏହା ପୂର୍ବରୁ ଶନିବାର ସନ୍ଧ୍ୟାରେ ମଧ୍ୟ କେତେକ ଯୁବକ ପିଡ଼ିପି କାର୍ଯ୍ୟାଳୟରେ ବଳ ପୂର୍ବକ ପ୍ରବେଶ କରି ତ୍ରିରଙ୍ଗା ଲଗାଇବା ଉଦ୍ୟମ କରିଥିଲେ। ତେବେ ପୋଲିସ ସେମାନଙ୍କୁ ଫେରାଇ ଦେଇଥିଲେ।

Share