Categories: ଜାତୀୟ

ନମାଜ ପାଠ ପରେ ସୁରକ୍ଷାକର୍ମୀଙ୍କ ଉପରକୁ ପଥରମାଡ଼

ଶ୍ରୀନଗର,୩।୫: ଇଦ୍‌-ଉଲ୍‌-ଫିତର ଅବସରରେ ଜମ୍ମୁ କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରାଯାଇଛି। ଏଠାରେ ଏକ ମସଜିଦ ବାହାରେ ସୁରକ୍ଷାକର୍ମୀମାନଙ୍କ ଉପରକୁ ପଥରମାଡ ହୋଇଥିବା ସୂଚନା ମିଳିଛି। ନମାଜ ପାଠ ପରେ ଏହି ପଥରମାଡ କରାଯାଇଛି। ଏବେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ସେଠାରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ନମାଜ ପାଠ ପରେ କିଛି ବିକ୍ଷୋଭକାରୀ ରାସ୍ତା ଉପରକୁ ଓହ୍ଲାଇ ଆସି ସ୍ବାଧୀନ କଶ୍ମୀରକୁ ନେଇ ନାରାବାଜି କରିଥିଲେ। ଏହି ସମୟରେ ସୁରକ୍ଷାକର୍ମୀ ରୋକିବାକୁ ଚେଷ୍ଟା କରିବାରୁ ବିକ୍ଷୋଭକାରୀମାନେ ସେମାନଙ୍କୁ ଟାର୍ଗେଟ କରିଥିଲେ। ତେବେ ବର୍ତ୍ତମାନ ସେଠାକାର ସ୍ଥିତି ନିୟନ୍ତ୍ରଣ ରହିଛି।
ସୂଚନାଯୋଗ୍ୟ, ଇଦ୍‌ ପୂର୍ବରୁ ରାଜସ୍ଥାନରେ ମଧ୍ୟ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳିଛି। ଲାଉଡସ୍ପିକର ଏବଂ ପତାକାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ ହୋଇଛି।

Share