ନେତନ୍ୟାହୁ ସରକାର ଆଣିଥିବା ନ୍ୟାୟିକ ସଂସ୍କାର ବିଲ ଉପରେ ମତଦାନ ପୂର୍ବରୁ ଦେଶରେ ବିରୋଧ ପ୍ରଦର୍ଶନ

ତେଲ ଆଭିବ,୯।୭: ଇସ୍ରାଏଲରେ ନ୍ୟାୟିକ ସଂସ୍କାର ବିଲ ଉପରେ ମତଦାନ ହେବା ପୂର୍ବରୁ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଇଛି। ଆଞ୍ଚଳିକ ମିଡିଆର ସୂଚନା ଅନୁଯାୟୀ, ହଜାର ହଜାର ଲୋକ ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ କରୁଛନ୍ତି। ଲୋକମାନେ ଅଭିଯୋଗ କରିଛନ୍ତି କି ନ୍ୟାୟିକ ସଂସ୍କାର ଆଇନ ନ୍ୟାୟିକ ପ୍ରଣାଳୀକୁ ଶେଷ କରିବାକୁ ଏହା ସରକାରଙ୍କ ଯୋଜନା।
ଇସ୍ରାଏଲରେ ଦେଢ ଲକ୍ଷରୁ ଅଧିକ ଲୋକ ରାଜରାସ୍ତାକୁ ଚାଲି ଆସିଛନ୍ତି। ଏଥିମଧ୍ୟରୁ ୧ ଲକ୍ଷ ୪୦ ହଜାର ଲୋକ କେବଳ ତେଲ ଆଭିବରେ ପ୍ରଦର୍ଶନ କରୁଛନ୍ତି। ପ୍ରଥମଥର ଲାଗି ଏତେ ପରିମାଣରେ ଜନତା ରାଜରାସ୍ତାକୁ ଆସି ବିରୋଧ ପ୍ରଦର୍ଶନ କରୁଛନ୍ତି। ଏହି ବିରୋଧ ଏମିତି ସମୟରେ ହୋଇଛି ଯେତେବେଳେ ସୋମବାର ନେତନ୍ୟାହୁ ସରକାର ନ୍ୟାୟିକ ସଂସ୍କାର ନୀତି ଆଧାରରେ କୋର୍ଟଙ୍କ କ୍ଷମତାକୁ ହ୍ରାସ କରିବାକୁ ଏହି ବିଲକୁ ରାଷ୍ଟ୍ରୀୟ ବିଧାୟିକା ନେସେଟରେ ପଢାଯିବାର ଅଛି।

Share