Categories: ଜାତୀୟ

ଅସାମରେ ନିର୍ବାଚନ କ୍ଷେତ୍ରର ପରିସୀମନକୁ ବିରୋଧ: ଏଜିପି ବିଧାୟକ ପ୍ରଦୀପ ହାଜାରିକାଙ୍କ ଇସ୍ତଫା

ଗୁଆହାଟୀ,୧୩।୮: ଆସାମରେ ବିଧାନସଭା ଏବଂ ସଂସଦୀୟ ର୍ନିବାଚନମଣ୍ଡଳୀର ପରିସୀମନ(କ୍ଷେତ୍ର) ପ୍ରକାଶ ପାଇବା ପରେ ବିରୋଧ ଆରମ୍ଭ ହୋଇଛି। ପରିସୀମନକୁ ବିରୋଧ କ୍ଷମତାସୀନ ଭାଜପାର ସହଯୋଗୀ ପାର୍ଟି ଆସାମ ଗଣ ପରିଷଦ (ଏଜିପି) ନେତା ତଥା ଆମଗୁରୀ ବିଧାୟକ ପ୍ରଦୀପ ହାଜାରିକା ଦଳରୁ ଇସ୍ତଫା ଦେଇଛନ୍ତି। ଦୀର୍ଘଦିନ ଧରି ଶିବସାଗର ଜିଲାର ଆମଗୁରୀ ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ହାଜାରିକା ପରିସୀମନ ପ୍ରକାଶ ପାଇବାର ଗୋଟିଏ ଦିନ ପରେ ଏଜିପି ସଭାପତି ଅତୁଲ ବୋରାଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କରିଛନ୍ତି।

Share