ତେଜୁଛି ମାକ୍‌ରଁ ବିରୋଧୀ ବିକ୍ଷୋଭ

ନୂଆଦିଲ୍ଲୀ/ପ୍ୟାରିସ୍‌,୩୧ା୧୦: ତଥାକଥିତ ଇସ୍‌ଲାମ ବିରୋଧୀ ଆଭିମୁଖ୍ୟକୁ ନେଇ ଫ୍ରାନ୍ସକୁ ନିନ୍ଦିତ ହେବାକୁ ପଡ଼ିଛି। ବିଶେଷକରି ମୁସଲମାନ ବହୁଳ ରାଷ୍ଟ୍ରଗୁଡ଼ିକରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନ୍ବେଲ ମାକ୍‌ରଁଙ୍କୁ କଡ଼ା ବିରୋଧ କରାଯାଇଛି। ଏପରି କି ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ ମାକ୍‌ରଁଙ୍କ କୁଶ ପୁତ୍ତଳିକା ଦାହ ସହ ରାସ୍ତାରେ ଫଟୋ ଛପାଯିବା ଭଳି ଘଟଣା ସାମ୍ନାକୁ ଆସିଛି।
ବ୍ୟଙ୍ଗ ପତ୍ରିକା ଶାର୍ଲି ଏବ୍‌ଦୋରେ ପ୍ରୋଫେଟ୍‌ ମହମ୍ମଦଙ୍କ କାର୍ଟୁନ ଓ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତୈୟପ ଏର୍ଡୋଗାନଙ୍କ ବ୍ୟଙ୍ଗଚିତ୍ର ପ୍ରକାଶ ପାଇବା ପରେ ମୁସଲମାନ ସମ୍ପ୍ରଦାୟ ଏହାକୁ ତୀବ୍ର ବିରୋଧ କରିଛନ୍ତି। ଶୁକ୍ରବାର ମୁମ୍ବାଇସ୍ଥିତ ମହମ୍ମଦ ଅଲି ରୋଡ୍‌ରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍‌ରଁଙ୍କ ପୋଷ୍ଟର ଛପାଯାଇଥିଲା। ଉକ୍ତ ଫଟୋ ଉପରେ ଲୋକେ ଚାଲି ଚାଲି ଯାଉଥିବାବେଳେ ଯାନବାହନଗୁଡ଼ିକ ମଧ୍ୟ ତା’ ଉପରେ ଦେଇ ଯାତାୟାତ କରୁଥିଲା। ପୋଲିସ ଏହାକୁ ହଟାଇବା ବେଳକୁ ଏହି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଥିଲା। କେତେଜଣ ବ୍ୟକ୍ତି ହାତରେ ପ୍ଲାକାର୍ଡ ଧରିଥିଲେ। ସେଥିରେ ମାକ୍‌ରଁଙ୍କ ଫଟୋରେ ଚପଲ ମାଡ଼ର ଚିହ୍ନ ଦେଖିବାକୁ ମିଳିଥିଲା। ଏହାକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ବିରୋଧୀ ଭାଜପା ଶାସକ ଶିବସେନାକୁ ଟାର୍ଗେଟ କରିଛି। ଭାଜପା ନେତା କିରିଟ ସୋମୈୟା କହିଛନ୍ତି, ଶିବସେନା ଇସ୍‌ଲାମିକ୍‌ ଆତଙ୍କବାଦକୁ ସମର୍ଥନ କରୁଛି। ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେ ଦାବି କରିଛନ୍ତି।
ଭୋପାଳ, ଉତ୍ତରପ୍ରଦେଶର ଆଲିଗଡ଼ ମୁସ୍‌ଲିମ ୟୁନିଭର୍ସିଟି, ପଞ୍ଜାବର ଲୁଧିଆନା ଓ ଜମ୍ମୁ-କଶ୍ମୀରର ଶ୍ରୀନଗର ସମେତ ଦେଶର ଆଉ କେତେକ ସ୍ଥାନରେ ମଧ୍ୟ ଅନୁରୂପ ବିକ୍ଷୋଭ ଦେଖିବାକୁ ମିଳିଛି। ରାଜ୍ୟରେ ଶାନ୍ତି ଭଙ୍ଗକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଚେତାବନୀ ଦେବା ପରେ ବିକ୍ଷୋଭକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସୋସିଆଲ ମିଡିଆରେ ହ୍ୟାଶଟ୍ୟାଗ୍‌ ବୟକଟ ଫ୍ରେଞ୍ଚ ପ୍ରଡକ୍ଟସ୍‌ ଟ୍ରେଣ୍ଡ କରୁଛି।
ଫ୍ରାନ୍ସର ନିସ୍‌ ସହରସ୍ଥିତ ନୋର୍ଟେ ଡେମ୍‌ ଚର୍ଚ୍ଚରେ ଗୁରୁବାର ଜଣେ ଆତଙ୍କବାଦୀ ଛୁରାମାଡ଼ କରି ୨ ଜଣଙ୍କ୍ ହତ୍ୟା କରିବା ପରେ ଜଣେ ମହିଳାଙ୍କ ମୁଣ୍ଡ କାଟି ଦେଇଥିଲେ। ଏହାକୁ ମାକ୍‌ରଁ ‘ଇସ୍‌ଲାମିକ୍‌ ଆତଙ୍କବାଦୀ ଆକ୍ରମଣ’ ଭାବେ ଅଭିହିତ କରିବା ସହ ଏପରି କାଣ୍ଡକୁ ଦୃଢ଼ହସ୍ତରେ ଦମନ କରାଯିବ ବୋଲି କହିଥିଲେ। ଘଟଣାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିନ୍ଦା କରିଥିଲେ। ଏହା ସହ ମାକ୍‌ରଁଙ୍କ ଇସ୍‌ଲାମିକ୍‌ ଆତଙ୍କବାଦ ବିରୋଧୀ ଲଢ଼େଇକୁ ଭାରତ ସମର୍ଥନ କରୁଥିବା ମୋଦି କରିଥିଲେ। ଏହାର ଦିନକ ପରେ ଭାରତରେ ଏପରି ମାକ୍‌ରଁ ବିରୋଧୀ ବିକ୍ଷୋଭ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲେବାନନ୍‌ର ୩୦୦ ସ୍ଥାନରେ ଆକ୍ରମଣ କଲା ଇସ୍ରାଏଲ: ୧୦୦ ମୃତ, ୪୦୦ ଆହତ

ବେରୁଟ୍‌/ଜେରୁଜେଲମ,୨୩।୯: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ତିକ୍ତତା କ୍ରମାଗତ ବଢିବାରେ ଲାଗିଛି। ହେଜ୍‌ବୋଲ୍ଲା ଉପରେ ଚାପ ପକାଇବାକୁ ଇସ୍ରାଏଲ ଲେବାନନ୍‌ ଉପରେ ୩୦୦ ସ୍ଥାନରେ ରକେଟ୍‌...

ଗାଜାରୁ ଲେବାନନ୍‌ ମୁହାଁଇଛି ସଂଘର୍ଷ

ବେରୁଟ୍‌,୨୩ା୯: ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜ୍‌ବୁଲ୍ଲା ଏବଂ ଇସ୍ରାଏଲୀ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ଇସ୍ରାଏଲ୍‌ର ଉତ୍ତର ଭାଗକୁ ଟାର୍ଗେଟ କରି ହେଜ୍‌ବୁଲ୍ଲା ଶତାଧିକ...

ଜାପାନ-ଆମେରିକା ଉପରେ ଆକ୍ରମଣ କରିବ ଚାଇନା? ଚମକାଇ ଦେଲେ ବିଶେଷଜ୍ଞ

ଟୋକିଓ,୨୩।୯: ତାଇୱାନର ଉତ୍ତେଜନା ଏବଂ ସେନକାକୁ ଦ୍ୱୀପପୁଞ୍ଜକୁ ନେଇ ବିବାଦ ମଧ୍ୟରେ ଚାଇନା-ଜାପାନ ସମ୍ପର୍କ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଶାନ୍ତି...

ରାଷ୍ଟ୍ରପତି ନିର୍ବାଚନ ହାରିଗଲେ କ’ଣ କରିବେ ଟ୍ରମ୍ପ? ଏବେ କଲେ ସ୍ପଷ୍ଟ

ଓ୍ବାଶିଂଟନ,୨୩।୯: ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଦିନକୁ ଦିନ ଆକର୍ଷଣୀୟ ହେବାରେ ଲାଗିଛି। ନିର୍ବାଚନ ତାରିଖ ନଭେମ୍ବର ୫ ରଖାଯାଇଛି। ରବିବାର ଏକ ଇଭେଣ୍ଟରେ ରିପବ୍ଲିକାନ ପାର୍ଟି...

ମୋଦିଙ୍କୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୨୩।୯: ଶ୍ରୀଲଙ୍କାରେ ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଅନୁରା କୁମାରା ଦିସାନାୟକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଭାରତ ସହ କାମ କରିବାକୁ ନିଜର...

କ୍ୱାଡ୍‌ରେ ଚାଇନାକୁ ଟାର୍ଗେଟ

ଓ୍ବିଲ୍‌ମିଙ୍ଗଟନ୍‌,୨୩ା୯: ବିଶ୍ୱର ମଙ୍ଗଳ ପାଇଁ କ୍ୱାଡ୍‌ ଏକ ଶକ୍ତି। ଏହି ମେଣ୍ଟର ବର୍ତ୍ତମାନ ଭଳି ରଣନୀତିକ ଏକତା ପୂର୍ବରୁ କେବେ ଦେଖାଯାଇ ନ ଥିଲା ବୋଲି ଆମେରିକା,...

ମୋଦିଙ୍କୁ ଭୁଲିଗଲେ ବାଇଡେନ୍‌

ଓ୍ବିଲ୍‌ମିଙ୍ଗଟନ୍‌,୨୩।୯ : କ୍ୱାଡ୍‌ ସମ୍ମିଳନୀ ମଞ୍ଚରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଭୁଲାପଣର ଆଉ ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। ଡେଲାଓ୍ବାରେଠାରେ ରବିବାର ସକାଳେ ଏକ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri