ମାର୍ଚ୍ଚ ୨୩ ନିର୍ବାଚନ ପୂର୍ବରୁ ନେତାନ୍ୟାହୁଙ୍କ ବିରୋଧରେ ପ୍ରଦର୍ଶନ

ଜେରୁଜେଲମ୍‌,୨୧।୩: ଇସ୍ରାଏଲ୍‌ରେ ୨ ବର୍ଷ ମଧ୍ୟରେ ଚତୁର୍ଥ ଥର ପାଇଁ ନିର୍ବାଚନ ହେବାକୁ ଯାଉଛି। ମାର୍ଚ୍ଚ ୨୩ରେ ନିର୍ବାଚନ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଲୋକେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ବିରୋଧରେ ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି। ନିର୍ବାଚନରେ ବିଜୟୀ ହେବା ନେତାନ୍ୟାହୁଙ୍କପାଇଁ କଷ୍ଟକର ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତପୋଷଣ କରିଛନ୍ତି। ଇସ୍ରାଏଲ୍‌ ସଂସଦର ୧୨୦ ଆସନ ମଧ୍ୟରୁ ନେତାନ୍ୟାହୁଙ୍କ ଲିକୁଡ ପାର୍ଟି ୩୦ ଆସନ ହାସଲ କରିବାର ସମ୍ଭାବନା ରହିଛି। ସେହିପରି ତାଙ୍କ ସହଯୋଗୀ ଦଳଗୁଡ଼ିକ ୫୦ଟି ଆସନ ହାତେଇବାର ଆଶା ରହିଛି। େନେତାନ୍ୟାହୁଙ୍କ ମେଣ୍ଟ ୫୬ରୁ ୬୦ ଆସନରେ ବିଜୟୀ ହେବାର ଅନୁମାନ କରାଯାଉଛି। ଯାହାକି ସରକାରଗଠନ ପାଇଁ ଆବଶ୍ୟକ ସଂଖ୍ୟା କମ୍‌ ରହିଛି। ସେହିପରି ନେତାନ୍ୟାହୁଙ୍କ ବିରୋଧି ଦଳ ୟେଶ୍‌ ଅତିଦ୍‌ ପାର୍ଟି ୨୦ ଆସନରେ ବିଜୟୀ ହୋଇପାରେ ବୋଲି କୁହାଯାଉଛି।

Share