ଛତ୍ରପୁର,୨୨ା୭(ଡି.ଏନ୍.ଏ.): କରୋନା ସମୟରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ସମେତ ସରବରାହ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ ନେଇ ଗୁରୁବାର ଛତ୍ରପୁର ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ଛତ୍ରପୁର ବିଦ୍ୟୁତ୍ ବିଭାଗୀୟ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରେ ୮ ଦଫା ଦାବି ନେଇ ରାଜ୍ୟପାଳଙ୍କ ଉଦେଶ୍ୟରେ ବିଭାଗୀୟ ଏସ୍ଡିଓଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି ସ୍ମାରକପତ୍ର ପ୍ରଦାନ ବେଳେ ଭାଜପାର ପ୍ରଦୀପ ପାଢ଼ୀ, ବ୍ରଜମୋହନ ଆଚାର୍ଯ୍ୟ, ସଞ୍ଜିତ କୁମାର ରାଉଳ, ଭୀମସେନ ବେହେରା, ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।