ଇସ୍ରାଏଲରେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଜନତା, ନୂଆ ଆଇନ ବିରୋଧରେ ହେଉଛି ପ୍ରଦର୍ଶନ

ତେଲ ଆଭିବ,୨୩ ।୧: ଇସ୍ରାଏଲର ସର୍ବୋଚ୍ଚ ନ୍ୟାୟାଳୟରେ ଅଧିକାରୀଙ୍କୁ ନିୟନ୍ତ୍ରିତ କରିବାକୁ ଯାଉଥିବା ଏକ ଆଇନର ପ୍ରସ୍ତାବକୁ ଲଗାତାର ବିରୋଧ କରାଯାଉଛି । ଶନିବାର ଏକ ଲକ୍ଷରୁ ଅଧିକ ଲୋକ ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ଜେରୁଜେଲମ, ହାଇଫା, ବେର୍ଶେବା ଓ ହର୍ଜାଲିୟା ସମେତ ଦେଶର ଅଧିକାଂଶ ସହରରେ ହଜାର ହଜାର ଲୋକେ ଏହାକୁ ନେଇ ରାଲି ବାହାର କରିଛନ୍ତି ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ବି ଏହି ଆଇନକୁ ବିରୋଧ କରି ତେଲ ଆଭିବରେ ଯେଉଁ ରାଲି ବାହାରିଥିଲା ସେଥିରେ ୮୦ ହଜାର ଲୋକ ସାମିଲ ହୋଇଥିଲେ । ତେବେ ନୂଆ ଆଇନ ଅନୁଯାୟୀ ଇସ୍ରାଏଲ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ବଦଳାଇ ଦେବାର ଅଧିକାର ମିଳିଯିବ । ଏପଟେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ନେତନ୍ୟାହୁ ତାଙ୍କ ଗୃହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଆରୟେହ ଡେରିଙ୍କୁ ପଦରୁ ହଟାଇ ଦେଇଛନ୍ତି । କର ସମ୍ପର୍କିତ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ସୁପ୍ରିମ କୋର୍ଟ ତାଙ୍କୁ ପଦରୁ ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

Share