ଲସ୍‌ ଏଞ୍ଜେଲସ୍‌ରେ ବିକ୍ଷୋଭ

ଲସ୍‌ ଏଞ୍ଜେଲସ୍‌,୩ା୯: ପୋଲିସ ଗୁଳିରେ କୃଷ୍ଣକାୟଙ୍କ ମୃତ୍ୟୁ ଘଟଣାରେ ଲସ୍‌ ଏଞ୍ଜେଲସ୍‌ରେ ବିକ୍ଷୋଭ ଜୋର୍‌ଦାର ହୋଇଛି। ମଙ୍ଗଳବାର ବିକ୍ଷୋଭକାରୀ ଦକ୍ଷିଣ ଲସ୍‌ ଏଞ୍ଜେଲସ୍‌ରେ ଏକତ୍ର ହୋଇ ପୋଲିସ ଗୁଳିରେ ମୃତ୍ୟୁ ଘଟଣା ଉପରେ ଉତ୍ତର ଦାବି କରିଥିଲେ। ସୋମବାର କୃଷ୍ଣକାୟ ଯୁବକ ଡିଜନ କିଜି (୨୯) ସାଇକେଲ ଚଢ଼ି ଯାଉଥିଲାବେଳେ ନିୟମ ଉଲ୍ଲଂଘନ ଅଭିଯୋଗରେ ପୋଲିସ ତାଙ୍କୁ ଅଟକାଇଥିଲା। ଏହାକୁ ନେଇ ଶେରିଫ୍‌ର ଡେପୁଟିମାନଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। କିଜି ଖସିପଳାଇବାକୁ ଚାହୁଁଥିବାବେଳେ ପୋଲିସ ତାଙ୍କୁ ଧରିନେଇଥିଲା। ସେ ଜଣେ ପୋଲିସଙ୍କୁ ମୁଥ ମାରିଥିଲେ। ଏହି ସମୟରେ ସେ ନେଇଯାଉଥିବା ପୋଷାକର ଏକ ବଣ୍ଡଲ ଖସିପଡ଼ିଥିଲା। ଉକ୍ତ ବଣ୍ଡଲରେ ସେମି ଅଟୋମେଟିକ୍‌ ହ୍ୟାଣ୍ଡଗନ୍‌ ଥିବା ପୋଲିସ ଦେଖିବାକୁ ପାଇଥିଲା। ଫଳରେ ପୋଲିସ ତାଙ୍କ ଉପରକୁ ଗୁଳି ଚଳାଇଥିଲା ବୋଲି ଲସ୍‌ ଏଞ୍ଜେଲସ୍‌ କାଉଣ୍ଟି ଶେରିଫ୍‌ ବିଭାଗ ପକ୍ଷରୁ କୁହାଯାଇଛି। ତେବେ କିଜି କେଉଁ ନିୟମ ଉଲ୍ଲଂଘନ କରିଥିଲେ ତାହା ଜଣାପଡ଼ିନାହିଁ। ମଙ୍ଗଳବାର ସନ୍ଧ୍ୟାରେ ଶତାଧିକ ବିକ୍ଷୋଭକାରୀ ଗୁଳିକାଣ୍ଡ ସ୍ଥଳରେ ଏକାଠି ହୋଇ ପୋଲିସ ଠାରୁ ଜବାବ ଚାହିଁଛନ୍ତି।

Share