ଆମେରିକାରେ ପ୍ରତିବାଦ: ମୂଳ ଭାରତୀୟ ନ୍ୟାୟ ପାଇଁ କଲେ ଦାବି

ଓ୍ବାଶିଂଟନ,୨୬।୧୧: ମୁମ୍ବାଇରେ ୨୦୦୮ ନଭେମ୍ବର ୨୬ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ନେଇ ଆମେରିକାରେ ମୂଳ ଭାରତୀୟଙ୍କ ପକ୍ଷରୁ ପ୍ରତିବାଦ କରାଯାଇଛି। ଆମେ ନ୍ୟାୟ ଚାହୁଁଛୁ ବୋଲି ସେମାନେ ଦାବି କରିଛନ୍ତି। ପାକିସ୍ତାନ ଦୂତାବାସ ସମ୍ମୁଖରେ ଏକତ୍ରିତ ହୋଇ ମୂଳ ଭାରତୀୟମାନେ ସ୍ଲୋଗାନ ଦେଇଛନ୍ତି। ସେମାନେ ହାତରେ ପାକିସ୍ତାନ ବିରୋଧୀ ବ୍ୟାନର ଧରି ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି। ସୂଚନାଯୋଗ୍ୟ, ୧୨ ବର୍ଷ ତଳେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୮ ଜଣ ବିଦେଶୀଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରେ ୬ ଜଣ ଆମେରିକା ନାଗରିକ ଥିଲେ। ପାସପୋର୍ଟ ଦେଖି ଆତଙ୍କବାଦୀମାନେ ଆମେରିକା ନାଗରିକଙ୍କୁ ହତ୍ୟା କରିଥିଲେ।

Share