ଆଦିପୁରୁଷ ବ୍ୟାନ୍‌ ଦାବିରେ ବିକ୍ଷୋଭ

ଲକ୍ଷ୍ନୌ,୧୯।୬: ରାମାୟଣ କଥାବସ୍ତୁ ଉପରେ ଆଧାରିତ ପାନ୍‌ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’ ବ୍ୟାନ୍‌ ଦାବିରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ସଙ୍ଗଠନଗୁଡ଼ିକ ଦ୍ୱାରା ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବାରାଣସୀରେ ହିନ୍ଦୁ ମହାସଭା ଫିଲ୍ମ ପୋଷ୍ଟର ଚିରିବା ସାଙ୍ଗକୁ ଆଦିପୁରୁଷର ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ବିରୋଧରେ ଲକ୍ଷ୍ନୌ ଥାନାରେ ଅଭିଯୋଗ କରିଛି। ଫିଲ୍ମର ଡାଇଲଗ୍‌ ଅତି ଶସ୍ତା ଢଙ୍ଗରେ ଲେଖାଯାଇଥିବା ସମାଜବାଦୀ ପାର୍ଟି କହିଛି। ଓମ୍‌ ରାଉତଙ୍କ ନିର୍ଦ୍ଦେଶିତ ଆଦିପୁରୁଷ ଶୁକ୍ରବାର ରିଲିଜ୍‌ ହୋଇଛି। ଫିଲ୍ମର ଡାଇଲଗ୍‌ ରକ୍ତ ଗରମ କରିଦେଉଥିବାବେଳେ ଏହାକୁ ବ୍ୟାନ୍‌ କରାଯାଉ ବୋଲି ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି।

Share