କେନ୍ଦୁଝର,୯ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନା ଓ ମେଡିକାଲ କଲେଜରେ ଠିକାସଂସ୍ଥା ଜରିଆରେ ବାହାର ଜିଲାର ପିଲାଙ୍କୁ ବିଭିନ୍ନ ପଦବୀରେ ନିଯୁକ୍ତି ପ୍ରତିବାଦରେ ଗୁରୁବାର ସ୍ଥାନୀୟ ବେକାର ଶିକ୍ଷିତ ଯୁବତୀ/ଯୁବକମାନେ ଜିଲାପାଳଙ୍କୁ ଲିଖିତ ଦାବିପତ୍ର ଦେଇଛନ୍ତି। କର୍ମ ନିୟୋଜନ ସଂସ୍ଥା ଜରିଆରେ କେନ୍ଦୁଝର ଜିଲାର ଯୁବତୀ/ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ନିବେଦନ କରିଛନ୍ତି। ଜିଲାରେ କାମ ନ ପାଇ ବହୁ ପିଲା ବାହାରକୁ କାମ କରିବାକୁ ଯାଉଥିବା ବେଳେ ଅନେକ ବେକାର ହୋଇ ବସି ରହିଛନ୍ତି। ଅନେକ ଆର୍ଥିକ ଅନଟନ ମଧ୍ୟରେ ରହି ଦୁଃଶ୍ଚିନ୍ତାରେ ରହିଛନ୍ତି। ତେବେ ବ୍ୟାପକ ଅର୍ଥ କାରବାର କରି ବାହାର ଜିଲାର ପିଲାଙ୍କୁ ନିଯୁକ୍ତି ଦେବା ଫଳରେ ଜିଲାର ଯୁବତୀ/ଯୁବକ କାମରୁ ବଞ୍ଚିତ ରହୁଛନ୍ତି ବୋଲି ସେମାନେ କହିବା ସହ ସୁଚିନ୍ତିତ ପଦକ୍ଷେପ ଗ୍ରହଣ ପାଇଁ ଦାବି କରିଛନ୍ତି।