ଚୋରି ଘଟଣାକୁ ନେଇ ରାସ୍ତାରୋକୋ: ପୋଲିସ ନିଷ୍କ୍ରିୟତାକୁ ବିରୋଧ

ତୁମୁଡିବନ୍ଧ,୨୭।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଆମ୍ବେଡକର ଛକରେ ଥିବା ଫେବ୍ରିକେସନ ଦୋକାନୀ ପିତାମ୍ବର ସାହୁଙ୍କ ଘରୁ ଗତରାତିରେ ମାଉଜର ଦେଖାଇ ଚୋରି ହୋଇଥିଲା। ଏହି ଘଟଣାରେ ପୋଲିସର ନିଷ୍କ୍ରିୟତାକୁ ନେଇ ଗୋପାଳ ପୁରଠାରୁ ରାୟପୁରକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥର ତୁମୁଡିବନ୍ଧର ଆମ୍ବେଦକର ଛକଠାରେ ରାସ୍ତା ରୋକ ହୋଇଥିଲା। ଦୀର୍ଘ ୪ ଘଣ୍ଟା ପରେ ବାଲିଗୁଡା ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା ପରେ ରାସ୍ତାରୋକୋ ହଟିଥିଲା।
ସୂଚନା ଅନୁସାରେ, ପିତାମ୍ବର ନିଜ ପରିବାରକୁ ନେଇ ଗତରାତ୍ର ୮ ଘଣ୍ଟା ସମୟରେ ଶିବରାତି ଦେଖିବାକୁ ଜଲେଶପଟା ଯାଇଥିଲେ। ସମୟ ପ୍ରାୟ ରାତ୍ରି ୯.୩୦ମିନିଟରେ ଘରକୁ ସପରିବାର ଫେରିଲେ। ରାତ୍ର ଭୋଜନ ସାରି ଶୋଇପଡିଲେ। ପ୍ରାୟ ୧୨ଟା ସମୟରେ ତାଙ୍କ ଭାଣିଜୀ ପରିଶ୍ରା କରିବା ପାଇଁ ବାରିପଟ କବାଟ ଖୋଲି ଶୌଚାଳୟକୁ ଯାଇଥିଲେ। ସେହି ସମୟରେ ମୁଖା ପିନ୍ଧା ୫ ଜଣ ମାଉଜର ଓ ଭୁଜାଲି ଧରି ଘରକୁ ପଶି ଥିଲେ। ହଠାତ ପିତାମ୍ବର ଓ ତାଙ୍କ ସ୍ତ୍ରୀଙ୍କୁ ମାଉଜର ଦେଖାଇ ଧୀରେ ଧୀରେ ପାଖକୁ ଯାଇ ମୁଣ୍ଡରେ ରଖିଲେ ଓ ପିତାମ୍ବରଙ୍କ ଆଖିରେ କଳାକନା ବାନ୍ଧି ପାଟିରେ ସେଲୋଟେପ୍‌ ଦେଇ ହାତ ଦୁଇଟାକୁ ପଛ କରି ବାନ୍ଧି ଉଭୟ ସ୍ବାମୀ ଓ ସ୍ତ୍ରୀସ୍‌ଙ୍କୁ ଜୀବନରେ ମାରି ଦେବା ଭଳି ଭୟଭୀତ କରି ଆଲମାରୀ ଚାବି ମାଗିଥିଲେ।
ଜୀବନକୁ ରକ୍ଷା ପାଇବା ପାଇଁ ପିତାମ୍ବରଙ୍କ ସ୍ତ୍ରୀ ଚାବି ଦେଲେ। ଆଲମାରୀ ଚାବି ଖୋଲି ସୁନା ଗହଣା ସାତ ଭରି, ଏକ ଲକ୍ଷ ଟଙ୍କା ନେବା ସହିତ ୪ଟି ମୋବାଇଲ ଓ ଘରେ ଲାଗିଥିବା ସିସିଟିଭିର ହାର୍ଡଡିସ୍କକୁ ମଧ୍ୟ କାଡ଼ି ନେଇଛନ୍ତି। ଏହି ଘଟଣାକୁ ନେଇ ତୁମୁଡିବନ୍ଧ ଆମ୍ବେଦକର ଛକର ଗଣେଶ ବଣିକ ସଂଘ ଓ ତୁମୁଡିବନ୍ଧ ବଜାରର ଜଗନ୍ନାଥ ବଣିକ ସଙ୍ଘ ତରଫରୁ ବନ୍ଧ ଡାକରା ଦିଆଯାଇ ଗୋପାଳପୁର ଠାରୁ ରାୟପୁରକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥର ଆମ୍ବେଦକର ଛକଠାରେ କାଠ, ବାଉଁଶ, ପଥର ଓ ଷ୍ଟାଣ୍ଡ ପୋଷ୍ଟ ରଖି ପୂର୍ବାହ୍ନ ୧୦ ଘଣ୍ଟାଠାରୁ ରାସ୍ତା ଅବରୋଧ କରିଥିଲେ।
ଉଭୟ ପାଶର୍‌ବରେ ଦୁଇ ଚକିଆ ଯାନଠାରୁ ଆରମ୍ଭ କରି ଭାରି ଯାନ ଗୁଡ଼ିକ ଅଟକି ରହିଥିଲା। ଯାତ୍ରୀମାନେ ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା। ତୁମୁଡିବନ୍ଧ ମୁଖ୍ୟ ବଜାରରେ ଥିବା ଦୋକାନ ବଜାର ବନ୍ଦ କରିବା ସହ ରାସ୍ତା ରେବସି ପୋଲିସର ନିଷ୍କ୍ରିୟତାକୁ ନିନ୍ଦା କରି ଚୋର ନ ଧରିବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତାରୁ ହଟିବୁନି ବୋଲି ରାସ୍ତାରେ ବସିଥିବା ଦୁଇ ବଣିକ ସଙ୍ଘ ଓ ଜନସାଧାରଣ ଦାବି କରିଥିଲେ। ତେବେ ଘଟଣାସ୍ଥଳରେ ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ଓ ପୋଲିସ ଫୋର୍ସ ମୁତୟନ ରହିଥିବା ବେଳେ ବାଲିଗୁଡା ଏସଡିପିଓ ରାମେନ୍ଦ୍ର ପ୍ରସାଦ ଘଟଣାସ୍ଥଳରେ ପହଞ୍ଚି ପିତାମ୍ବର ସାହୁ ଏବଂ ଉଭୟ ବଣିକ ସଂଘର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ।
ସେହିପରି ତୁମୁଡିବନ୍ଧ ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କରିବା ବିଭିନ୍ନ ଚୋରିହାରି ହେଉଥିବା ନେଇ ମଧ୍ୟ ଅବଗତ କରାଇଥିଲେ। ଚୋରକୁ ଧରାଯିବ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ୧ଘଣ୍ଟା ସମୟରେ ରାସ୍ତାରୋକୋ ହଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Breaking: ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଆଖି ବୁଜିଲେ ପତ୍ନୀ

ମୁମ୍ବାଇ: ଲୋକପ୍ରିୟ ଗାୟକ ହଂସରାଜ ହଂସଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗିଛି। ତାଙ୍କ ପତ୍ନୀ ରେଶମ କୌରଙ୍କ ଦେହାନ୍ତ ହୋଇଯାଇଛି। ସେ ବହୁତ ଦିନ ଧରି...

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ଭୁବନେଶ୍ୱର,୨।୪: ଗ୍ରାମୀଣ କାର୍ଯ୍ୟ ବିଭାଗର ସହକାରୀ ଯନ୍ତ୍ରୀ କାମ ବିଲ୍ ପରିଶୋଧ କରିବା ପାଇଁ ଲାଞ୍ଚ ଦାବି ଏବଂ ଗ୍ରହଣ କରୁଥିବା ସମୟରେ ଓଡ଼ିଶା ଭିଜିଲାନ୍ସ...

ଲାଞ୍ଜିଗଡ଼ରେ ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ

ଲାଞ୍ଜିଗଡ, ୨ା୪(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁରସ୍ଥିତ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୁଧବାର ବ୍ଲକସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ...

Japan Earthquake: ଭୂକମ୍ପ ଝଟ୍‌କାରେ ପୁଣି ଥରିଲା ଜାପାନ, ୬.୦ ତୀବ୍ରତା ଯୋଗୁ ଲୋକେ ଆତଙ୍କିତ

ଟୋକିଓ,୨।୪: ମଙ୍ଗଳବାର ରାତିରେ ଜାପାନର କ୍ୟୁଶୁ ଦ୍ୱୀପରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲୋଜି (NCS) ଅନୁଯାୟୀ, ରିକ୍ଟର ସ୍କେଲରେ...

ସାବଧାନ! ଆଇସକ୍ରିମ-କୋଲ୍ଡ ଡ୍ରିଙ୍କ୍ସରେ ମିଳିଲା ଡିଟରଜେଣ୍ଟ ପାଉଡର, ହାଡ଼ ଦୁର୍ବଳ କରୁଥିବା ରାସାୟନିକ ପଦାର୍ଥ

କଟକ,୨।୪: କର୍ଣ୍ଣାଟକର ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ବିଭାଗ (FDA) ଦ୍ୱାରା ଏକ ଆଶ୍ଚର୍ଯ୍ୟଜନକ ଖାଦ୍ୟ ସୁରକ୍ଷା ତଦନ୍ତରେ ବେଙ୍ଗାଲୁରୁରେ ଆଇସକ୍ରିମ ଏବଂ ଥଣ୍ଡା...

ବେଆଇନ ମଦ କାରବାର ବିରୋଧରେ ଜନ ଆନ୍ଦୋଳନ: ୪ ମଦ ଦୋକାନ ସିଲ କଲା ପୋଲିସ

ଦିଗପହଣ୍ଡି/ସାନଖେମୁଣ୍ଡି,୨।୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମର ମେଡ଼ିକାଲ ଛକ, ବଜାର ଛକ ସମେତ ଗାଁ’ର ଗଳିକନ୍ଦିରେ ବେଆଇନ ଭାବେ...

ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପରେ ତାଲା: ତେଜିଲା ଚାଷୀ ଅସନ୍ତୋଷ, ଆନ୍ଦୋଳନ ଚେତାବନୀ

ବରଗଡ଼, ୨।୪(ପ୍ରେମାନନ୍ଦ ଖମାରୀ) – ଅଣଜଳସେଚିତ ଅଞ୍ଚଳର ଚାଷଜମିକୁ ପାଣି ମଡାଇବା ପାଇଁ ପାର୍ବତୀ ଗିରି ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ମାତ୍ର ଜିଲାର...

ଦେଶବ୍ୟାପୀ UPI ଡାଉନ୍: ପେମେଣ୍ଟ କରିବାକୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ୟୁଜର

ନୂଆଦିଲ୍ଲୀ,୨।୪: UPI ସର୍ଭର ଡାଉନ ହେବାରୁ ଦେଶବ୍ୟାପୀ ଅନଲାଇନ୍ ପେମେଣ୍ଟ କରିବାରେ ୟୁଜରମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୁଗୁଲ୍ ପେ, ପେଟିଏମ୍ ଏବଂ ଷ୍ଟେଟ୍ ବ୍ୟାଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image