Posted inଖେଳ

ଗର୍ବିତ ମା’ ଇଲି ହଓ୍ବୋର୍ଡ: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଛନ୍ତି ଦୁଇ ପୁଅ

ଭୁବନେଶ୍ୱର, ୧୫।୧: କୌଣସି ମାତାପିତାଙ୍କର ସନ୍ତାନ ଯଦି ଜାତୀୟ ଦଳ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରନ୍ତି ତେବେ ଗର୍ବରେ ଛାତି ଫାଟିପଡ଼େ। ମାତ୍ର କୌଣସି ମାତାପିତାଙ୍କ ଦୁଇ ସନ୍ତାନ ଯଦି ଦୁଇଟି ଦେଶରୁ ପ୍ରତିନିଧିତ୍ୱ କରନ୍ତି ତେବେ ସେମାନେ କେତେ ପରିମାଣରେ ନିଜକୁ ଗୌରବାନ୍ବିତ ମନେ କରୁଥିବା ତାହା ଅନୁଭବର କଥା। ଏପରି ଜଣେ ଗର୍ବିତ ମା’ ହେଲେ ଅଷ୍ଟ୍ରେଲିଆର ଇଲି ହଓ୍ବୋର୍ଡ। ତାଙ୍କର ବଡ଼ ପୁଅ ଜେରେମି ହଓ୍ବୋର୍ଡ ଅଷ୍ଟ୍ରେଲିଆ ପକ୍ଷରୁ ଏବଂ ସାନ ପୁଅ ଲିଅନ ହଓ୍ବୋର୍ଡ ନ୍ୟୁଜିଲାଣ୍ଡ ପକ୍ଷରୁ ଚଳିତ ହକି ବିଶ୍ୱକପରେ ଖେଳୁଛନ୍ତି। ଅଷ୍ଟ୍ରେଲିଆ ଏହାର ପ୍ରଥମ ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳି ସାରିଛି। ଦଳ ନିଜର ପ୍ରଥମ ମ୍ୟାଚରେ ଫ୍ରାନ୍ସକୁ ୮-୦ ଗୋଲରେ ହରାଇଥିବାବେଳେ ଜେରେମି ହ୍ୟାଟ୍ରିକ ଅର୍ଜନ କରିଥିଲେ। ପୁଅର ଏହି କିର୍ତ୍ତୀମାନକୁ କଳିଙ୍ଗ ଷ୍ଟାଡିୟମରେ ଉପସ୍ଥିତ ରହି ଉପଭୋଗ କରିଥିଲେ ଇଲି। ଲିଅନ ନ୍ୟୁଜିଲାଣ୍ଡ ଦଳର ଜଣେ ଜଣାଶୁଣା ଗୋଲକିପରଭାବେ ପରିଚିତ।

ଇଲିଙ୍କ ସ୍ବାମୀଙ୍କ ନାମ ହେଉଛି ବ୍ରାଡ୍‌ ହଓ୍ବୋର୍ଡ। ଦୁଇ ପୁଅଙ୍କୁ ଉତ୍ସାହିତ କରିବା ପାଇଁ ସ୍ବାମୀଙ୍କ ସହ ଅଷ୍ଟ୍ରେଲିଆରୁ ଓଡ଼ିଶା ଆସିଛନ୍ତି ଇଲି। ଦର୍ଶକ ଗ୍ୟାଲେରୀର ଓ୍ବେଷ୍ଟ ଷ୍ଟାଣ୍ଡରେ ଉପସ୍ଥିତ ରହି ଅଷ୍ଟ୍ରେଲିଆ-ଫ୍ରାନ୍ସ ମ୍ୟାଚ ଦେଖିବା ସମୟରେ ବେଶ୍‌ ଉତ୍ସାହିତ ଥିଲେ ଇଲି। ହେବା ମଧ୍ୟ ସ୍ବାଭାବିକ। ” ଦୁଇ ଭାଇ ଅଷ୍ଟ୍ରେଲିଆରେ ଜାତୀୟ ସ୍ତରୀୟ ଟୁର୍ନାମେଣ୍ଟ ଖେଳିଥିଲେ। ତେବେ ଲିଅନ ନ୍ୟୁଜିଲାଣ୍ଡ ଜାତୀୟ ଦଳ ପକ୍ଷରୁ ଅନ୍ତର୍ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ। ଏହା ତାଙ୍କୁ ବହୁତ ଖୁସି ଦେଇଥିଲା। କାରଣ ସେ ନିଜେ ନ୍ୟୁଜିଲାଣ୍ଡରେ ଜନ୍ମିତ“ ବୋଲି ଇଲି କଥା ହେବାବେଳେ ପ୍ରକାଶ କରିଛନ୍ତି। ଏହି ଅବସରରେ ସେ ନିଜ ପରିଚୟ ମଧ୍ୟ ଦେଇଛନ୍ତି। ହକି ଆମ ରକ୍ତରେ ରହିଛି। କାରଣ ମୁଁ ନିଜେ ଜଣେ ଟେକ୍ନିସିଆନଭାବେ କାର୍ଯ୍ୟ କରୁଛି ଏବଂ ରାଜ୍ୟ ସ୍ତରର ଜଣେ ହକି ଖେଳାଳି ମଧ୍ୟ। ”ଦୁଇ ଭାଇ ମୋ ଦ୍ୱାରା ଅନୁପ୍ରାଣିତ ହୋଇ ପିଲା ବେଳରୁ ହକି ଖେଳିବା ଆରମ୍ଭ କରିଥିଲେ। ଦୁହେଁ ଏବେ ଅନ୍ତର୍ଜାତୀୟ ହକି ଖେଳୁଥିବାରୁ ମୁଁ ଅତ୍ୟନ୍ତ ଖୁସି ଏବଂ ଗର୍ବିତ ମଧ୍ୟ। ବିଶେଷ କରି ଦୁହେଁ ଦୁଇଟି ଦେଶରୁ ଖେଳୁଥିବାରୁ ଆମର ଖୁସି ଦ୍ୱିଗୁଣିତ ହୋଇଛି। ମୋ ସ୍ବପ୍ନକୁ ଦୁଇ ପୁଅ ପୁରଣ କରିଛନ୍ତି“ ବୋଲି ଇଲି ପ୍ରକାଶ କରିଛନ୍ତି। ଶନିବାର ରାଉରକେଲା ଯାଇ କିନ୍ତୁ ନିଜ ବଡ଼ ପୁଅର ମ୍ୟାଚ ଦେଖିପାରି ନାହାନ୍ତି ଇଲି। ଆମେ କଳିଙ୍ଗ ଷ୍ଟାଡିୟମରେ ମ୍ୟାଚ ଦେଖିବା ପାଇଁ ପ୍ରସ୍ତୁତ ହୋଇ ଆସିଛୁ। କିଛିଦିନ ରହି ଫେରିଯିବୁ। ଭୁବନେଶ୍ୱରରୁ ରାଉରକେଲା ବହୁତ ଦୂର ହୋଇଥିବାରୁ ଆମେ ସାନ ପୁଅର ଖେଳ ଦେଖିବା ପାଇଁ ଯାଇପାରି ନାହୁଁ। ତେବେ କଳିଙ୍ଗ ଷ୍ଟାଡିୟମରେ ଯେତେବେଳେ ନ୍ୟୁଜିଲାଣ୍ଡ ମ୍ୟାଚ ଖେଳିବ ଆମେ ସେତେବେଳେ ତା’ର ଆକ୍ସନ ଦେଖିବାନେଇ ଆଶାବାଦୀ ଅଛୁ ବୋଲି ଇଲି କହିଛନ୍ତି।

ଦୁଇ ଭାଇ ହକିକୁ କ୍ୟାରିୟର କରିବା ସହଜ ନ ଥିଲା। ଏଥିପାଇଁ ଛୋଟ ବେଳରୁ ଅନେକ କଷ୍ଟ ସ୍ବିକାର କରିଛନ୍ତି। କାରଣ ହକିକୁ ଅଧିକ ପ୍ରୋତ୍ସାହନ ମିଳି ନ ଥାଏ। ଏଥିରେ ବେଶୀ ଅର୍ଥ ମଧ୍ୟ ସମ୍ପୃକ୍ତ ନ ଥାଏ। ନିଜ ସ୍ବପ୍ନକୁ ସାକାର କରିବା ପାଇଁ ଉଭୟ ଜେରେମି ଓ ଲିଅନ ବହୁ ପରିଶ୍ରମ କରିଛନ୍ତି। ଲିଅନ ଜଣେ ସ୍କୁଲ ଶିକ୍ଷକଭାବେ କାର୍ଯ୍ୟ କରୁଛନ୍ତି। ଜେରେମି ଏକ କମ୍ପାନୀର ଜଣେ ଆକାଉଣ୍ଟାଣ୍ଟ। ବିଶ୍ୱକପରେ ଖେଳିବାପାଇଁ ସେମାନେ କର୍ମସଂସ୍ଥାନରୁ ଅନୁମତି ପାଇବାରେ ମଧ୍ୟ ଅନେକ କଷ୍ଟ କରିଛନ୍ତି ବୋଲି ଇଲି କହିଛନ୍ତି। ଚଳିତ ବିଶ୍ୱକପରେ ଦୁଇ ଭାଇ ଉଚ୍ଚସ୍ତରରେ ପରସ୍ପର ବିପକ୍ଷରେ ଖେଳନ୍ତୁ ବୋଲି ଇଲି ଚାହୁଁଛନ୍ତି। କାରଣ ଏହାଦ୍ୱାରା ସେମାନେ ଭିନ୍ନ ଅଭିଜ୍ଞତାର ଅଧିକାରୀ ହେବେ ବୋଲି ତାଙ୍କ ମତ। କଳିଙ୍ଗ ଷ୍ଟାଡିୟମର ପରିବେଶ ଏବଂ ସୁବିଧା ସୁଯୋଗକୁ ପ୍ରଶଂସା ନ କରି ରହିପାରି ନାହାନ୍ତି ଇଲି। ତେବେ ଦିନବେଳା ଟାଣ ଖରା ହେଉଥିବାରୁ ତାଙ୍କ ପାଇଁ ମ୍ୟାଚ ଦେଖିବାରେ ଅସୁବିଧା ହେଉଥିବା କହିଛନ୍ତି। ପାଣି ବୋତଲ ଆଣିବାକୁ ମଧ୍ୟ ଅନୁମତି ନ ଥିବାରୁ ତାଙ୍କୁ ସମସ୍ୟା ମଧ୍ୟଦେଇ ମ୍ୟାଚ ଦେଖିବାକୁ ପଡ଼ୁଛି ବୋଲି ଇଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri