ନୂଆଦିଲ୍ଲୀ,୨୮।୩: ହିନ୍ଦୁତ୍ୱବାଦୀ ବିଚାରକ ବୀର ସାବରକରଙ୍କ ବିରୋଧରେ ମନ୍ତବ୍ୟ ଦେଇ ଫସି ଯାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ରାହୁଲଙ୍କ ମନ୍ତବ୍ୟକୁ ନିନ୍ଦା କରାଯାଇଥିବାବେଳେ ସାବରକରଙ୍କ ନାତି ରଣଜିତ୍ ସାବରକର ମଧ୍ୟ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛନ୍ତି।
ସାବରକର ବ୍ରିଟିଶମାନଙ୍କ ନିକଟରେ କ୍ଷମା ମାଗିଛନ୍ତି, ତାହାର ପ୍ରମାଣ ଦେବାକୁ ରଣଜିତ୍ ରାହୁଲଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି। ଏହା ସହିତ ରାହୁଲ ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସେ ଦାବି କରିଛନ୍ତି। ରାଜନୀତିରେ ଦେଶପ୍ରେମୀଙ୍କ ନାମ ବ୍ୟବହାର କରିବା ନିନ୍ଦନୀୟ ବୋଲି ସେ କହିଛନ୍ତି।
ବିଭିନ୍ନ ପ୍ରସଙ୍ଗରେ ଭାଜପାର କ୍ଷମା ପ୍ରାର୍ଥନା ଦାବିରେ ରାହୁଲ ଗାନ୍ଧୀ କହିଛନ୍ତି, ସାବରକର ବ୍ରିଟିଶ ଶାସକଙ୍କୁ ସହାୟତା କରିଥିଲେ ଓ ସେମାନଙ୍କୁ ଭୟକରି କ୍ଷମାଭିକ୍ଷା କରିଥିଲେ। ସେ ସାବରକର ନୁହନ୍ତି ଯେ କ୍ଷମା ମାଗିବେ ବୋଲି ରାହୁଲ ସ୍ପଷ୍ଟ କରିଥିଲେ।