
ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଓଡ଼ିଶା ରାଜ୍ୟ ଶ୍ରମିକ ସମବାୟ ସଂସ୍ଥା ପକ୍ଷରୁ ଜଣେ ଆହତ ବ୍ୟକ୍ତିଙ୍କ ପରିବାରକୁ ୫ ହଜାର ଟଙ୍କା ସହାୟତା ରାଶି ସୋମବାର ପ୍ରଦାନ କରାଯାଇଛି। ଏହି ସମୟରେ ଜଗନ୍ନାଥପ୍ରସାଦ ବ୍ଲକ ପରିଚାଳକ ଦିଲ୍ଲୀପ କୁମାର ପଶ୍ଚାୟତ, କର୍ମକର୍ତ୍ତା
ସୁଲୋଚନା ନାୟକ, ପୂର୍ଣ୍ଣବାସୀ ପ୍ରଧାନ, ରଶ୍ମିତା ନାୟକ, ୱାର୍ଡ ମେମ୍ବର ସନ୍ତୋସିନି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଜଣେ ବ୍ୟକ୍ତି ୨୫୦ ଟଙ୍କା ରଖି ସୋସାଇଟିର ସଭ୍ୟ ହୁଅନ୍ତି। ଏହି ସମୟରେ ତାଙ୍କର ଦୁର୍ଘଟଣାରେ ଆହତ କିମ୍ବା ମତ୍ୟୁ ହେଲେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଏହିଭଳି ଜିରାବାଡିର ଜଣେ ବ୍ୟକ୍ତି କିଛିଦିନ ପୂର୍ବେ ଦୁର୍ଘଟଣାରେ ଆହତ ହୋଇଥିଲେ। ଏହାପରେ ବୀମା କମ୍ପାନୀ ସହାୟତାରେ ତାଙ୍କ ପରିବାରକୁ ୫ ହଜାର ଟଙ୍କା ସହାୟତା ଦିଆଯାଇଥିଲା। ଏଥିସହ ସୋସାଇଟିରେ ଯେଉଁମାନେ ସଭ୍ୟା ସେମାନଙ୍କୁ ରାସନ ସାମଗ୍ରୀ ମଧ୍ୟ ରିହାତି ଦରରେ ଯୋଗାଇ ଦିଆ ଯାଉଛି ବୋଲି ପଶ୍ଚାୟତ ଏଠାରେ ସୂଚନା ଦେଇଛନ୍ତି।