ସୂଚନା ନ ଦେବାରୁ ଜେଇଙ୍କୁ ୨୫ ହଜାର ଜରିମାନା

କେନ୍ଦ୍ରାପଡ଼ା ଅଫିସ,୩୦।୧୦: ସୂଚନା ଅଧିକାର ଆଇନ ଅମାନ୍ୟ କରିଥିବାରୁ କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକର ପୂର୍ବତନ ଜେଇ (କନିଷ୍ଠ ଯନ୍ତ୍ରୀ) ସ୍ବରୂପ ଦାସ ୨୫ ହଜାର ଟଙ୍କା ଜରିମାନା ଦେବେ। ଓଡିଶା ସୂଚନା କମିଶନର ବି.କେ. ମହାପାତ୍ର ମାର୍ଶାଘାଇ ବ୍ଲକ ମଣିକୁଣ୍ଡା ଗ୍ରାମର ଅଭିରାମ ଜେନାଙ୍କ ସୂଚନା ଅଧିକାର ଆଇନର ଦ୍ୱିତୀୟ ଆବେଦନ ମାମଲା (ନଂ.୧୫୨୧/୧୬)ର ଶୁଣାଣି କରି ଗତ ସେପ୍ଟେମ୍ବର ୩୦ରେ ଏହି ଆଦେଶ ଦେଇଛନ୍ତି। ଅଭିରାମ ୨୦୧୬ ଫେବୃୟାରୀ ୨୫ରେ ମାର୍ଶାଘାଇ ପଞ୍ଚାୟତ ସମିତିର ପିଆଇଓଙ୍କୁ ଏନ୍‌ଏଚ୍‌ ୫ (କ)ରୁ ମଣିକୁଣ୍ଡା ପର୍ଯ୍ୟନ୍ତ ରାସ୍ତା ଉନ୍ନତୀକରଣ ସମ୍ପର୍କରେ କେତେକ ତଥ୍ୟ ସହ ମେଜରମେଣ୍ଟ ବୁକ ୪୦୬ର ୧୯୧ରୁ ୧୯୩ ପର୍ଯ୍ୟନ୍ତ ପୃଷ୍ଠାର ନକଲ ପାଇବା ପାଇଁ ସୂଚନା ଅଧିକାର ଆଇନ ଅନୁଯାୟୀ ତଥ୍ୟ ମାଗିଥିଲେ। ତେବେ ସମୟ ଅବଧି ସରିଥିଲେ ମଧ୍ୟ ସେ ଏହି ସୂଚନା ପାଇ ନ ଥିଲେ। ଏହି ତଥ୍ୟ ତତ୍କାଳୀନ ଜେଇ ସ୍ବରୂପ ଦାସଙ୍କ ନିକଟରେ ଥିବା ଦର୍ଶାଇଥିଲେ। ଏ ନେଇ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଅଭିଯୋଗ ପରେ ଜିଲାପାଳଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ହୋଇଥିଲା। ତଦନ୍ତ ସମୟରେ ଜେଇ ଦାସ ଏହାକୁ ଅଣଦେଖା କରିବାରୁ ଜରିମାନା ଅର୍ଥ ଦରମାରୁ କାଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଜେଇ ଦାସ ଏବେ କେନ୍ଦ୍ରାପଡ଼ା ପଞ୍ଚାୟତ ସମିତି ଅଧୀନରେ କାର୍ଯ୍ୟରତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ମିତାଙ୍କ ଡାକ୍ତର ହେବା ସ୍ବପ୍ନ ଚୁରମାର୍‌: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ଯୁକ୍ତ ଦୁଇ ଛାତ୍ରୀ ସୁସ୍ମିତା ଗୌଡ଼ଙ୍କ ସ୍ବପ୍ନ ଚୁରମାର୍‌ ହୋଇଛି। ଡାକ୍ତର ହେବାକୁ ଇଚ୍ଛା ରଖି...

ପୋଖରୀରେ ଭାସୁଛି ୨ ମୃତଦେହ: ପରିଚୟ ଖୋଜୁଛି ପୋଲିସ…

କଣ୍ଟାବାଞ୍ଜି,୨୪।୬: ବଲାଙ୍ଗୀର ଜିଲା ୫୯ ନମ୍ବର ଜାତୀୟ ରାଜପଥ ଭୋଇପଡ଼ା ବୁଲାଣି ପାଖ ଏକ ପୋଖରୀରେ ଭାସୁଛି ୨ ମୃତଦେହ। ଦୁର୍ଘଟଣା ପରେ ଦୁଇ ଯୁବକ...

ମହାନଦୀ ଜଳପଥରେ ବାଲିପଠା

ମହାକାଳପଡ଼ା, ୨୪ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଳବାୟୁ ପରିବର୍ତ୍ତନ ପ୍ରଭାବ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅନିୟମିତତା ଯୋଗୁ ନଦୀ ଜଳ ସ୍ରୋତର ଉତ୍ସ ହ୍ରାସ ପାଇବା...

ମୟୂରଭଞ୍ଜରେ ହାତୀ ଆତଙ୍କ: ଆକ୍ରମଣରେ ଦୁଇ ମୃତ, ତିନି ଗୁରୁତର

ମୋରଡ଼ା,୨୪।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ନିର୍ବାଚନମଣ୍ଡଳୀରେ ହାତୀ ଉପଦ୍ର ଜାରି ରହିଥିବା ବେଳେ ବିଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ, ଦଶମ ପାସ୍‌ କରିଥିଲେ କରିପାରିବେ ଆବେଦନ, ଦରମା ରହିଛି…

ଭୁବନେଶ୍ୱର,୨୪।୯: ସୋମବାର ଓଡ଼ିଶା ପୋଲିସ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ବାଟାଲିୟନ ଅଧୀନରେ Sepoys/Constable ନିଯୁକ୍ତି ୨୦୨୪ ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ...

ଅନ୍ଧାରରେ ପଞ୍ଚପାଇକ ପୀଠ

ଖୋର୍ଦ୍ଧା,୨୪ା୯(ପ୍ରଭାତ ପାଣିଗ୍ରାହୀ): ବୀରତ୍ୱର ମାଟି ଖୋର୍ଦ୍ଧା। ବିଟ୍ରିଶ ବିରୋଧରେ ପ୍ରଥମ ଆନ୍ଦୋଳନର ସ୍ବର ଏଠାରୁ ଉଠିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଭାରତର ବିଭିନ୍ନ କୋଣ ଅନୁକୋଣକୁ ବ୍ୟାପିଥିଲା।...

ବଢ଼ିପାରେ ମାଟ୍ରିକ ପରୀକ୍ଷା ଫି’!

କଟକ,୨୩।୯: ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ। କୋଭିଡ୍‌ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ...

ବ୍ଲାକ୍‌ ଲିଷ୍ଟେଡ୍‌ କମ୍ପାନୀକୁ ପରୀକ୍ଷା ପରିଚାଳନା ଦାୟିତ୍ୱ…

ଭୁବନେଶ୍ୱର,୨୪ା୯ (ଅନୁରାଧା ମହାରଣା): ରାଜ୍ୟରେ ସରକାରୀ ପଦପଦବୀରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଛି ଦୁର୍ନୀତି ବିରୋଧୀ ଛାତ୍ର ସଂଗଠନ। ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସଂଗଠନର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri