Categories: ଜାତୀୟ

ଚାଇନା ଗୋଇନ୍ଦାକୁ ପ୍ରତିରକ୍ଷା ତଥ୍ୟ ଯୋଗାଣ

ନୂଆଦିଲ୍ଲୀ,୨୧।୯(ପି.ଟି.): ଚାଇନା ଗୋଇନ୍ଦା ଅଧିକାରୀଙ୍କୁ ପ୍ରତିରକ୍ଷା ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଯୋଗାଇବା ଅଭିଯୋଗରେ ଦିଲ୍ଲୀ ପୋଲିସ ଜଣେ ସାମ୍ବାଦିକଙ୍କୁ ଗିରଫ କରିଛି। ଗିରଫ ରାଜୀବ ଶର୍ମା ମୁକ୍ତ ସାମ୍ବାଦିକତା କରନ୍ତି। ଶନିବାର ଶର୍ମାଙ୍କୁ ଗିରଫ କରାଯିବାର କିଛି ଘଣ୍ଟା ପରେ ତାଙ୍କର ୨ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ୨ ସହଯୋଗୀଙ୍କ ମଧ୍ୟରେ ଜଣେ ଚାଇନାର ମହିଳା ଥିବାବେଳେ ନେପାଳର ଜଣେ ନାଗରିକ ଅଛନ୍ତି। ଗିରଫ ପରେ ଶର୍ମାଙ୍କଠାରୁ ମୋବାଇଲ ଫୋନ୍‌, ଲାପ୍‌ଟପ୍‌ ଓ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜବତ କରାଯାଇଛି। ଶର୍ମା ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଭାରତର ପ୍ରତିରକ୍ଷା ଓ ଅନ୍ୟାନ୍ୟ ରଣନୀତି ସମ୍ପର୍କିିତ ତଥ୍ୟ ଚାଇନା ଗୋଇନ୍ଦାକୁ ପ୍ରଦାନ କରିଥିବା ଜଣାପଡ଼ିଛି ବୋଲି ଦିଲ୍ଲୀ ସ୍ବତନ୍ତ୍ର ସେଲ୍‌ ଡିସିପି ସଞ୍ଜୀବ କୁମାର ଯାଦବ କହିଛନ୍ତି। ଶର୍ମାଙ୍କ ୨ ସହଯୋଗୀ କୁହାଯାଉଥିବା ଚାଇନା ମହିଳା ଏବଂ ନୋପଳ ନାଗରିକଙ୍କ ମହିପାଲପୁରରେ ଏକ କମ୍ପାନୀ ରହିଛି। ଏହି କମ୍ପାନୀ ଚାଇନାରୁ ଔଷଧ ରପ୍ତାନୀ କରିଥାଏ। ପ୍ରତିରକ୍ଷା ତଥ୍ୟ ଦେବା ବାବଦରେ ଚାଇନାରୁ ଆସୁଥିବା ଅର୍ଥ ଶର୍ମାଙ୍କୁ ଦିଆଯାଏ ବୋଲି ଡିସିପି ଯାଦବ କହିଛ‘ି। ଅଭିଯୁକ୍ତ ଶର୍ମା ଚାଇନା ଗ୍ଲୋବାଲ୍‌ ଟାଇମ୍‌ସ ପାଇଁ ବିଭିନ୍ନ ଲେଖା ଲେଖିଥାନ୍ତି ବୋଲି ପୋଲିସ କହିଛି।

Share