Categories: ଜାତୀୟ

ଆସାମରେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମୟରେ ପୋଲିସର ଲାଠିଚାର୍ଜ, ରାହୁଲ ଗାନ୍ଧୀଙ୍କ ବିରୋଧରେ ମାମଲା ରୁଜୁ

ଗୁଆହାଟୀ,୨୩।୧ : ଆସାମରେ କଂଗ୍ରେସର ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଚାଲିଥିବା ସମୟରେ ଉତ୍ତେଜନା ଦେଖାଦେଇଛି । କଂଗ୍ରେସର ୫ ହଜାରରୁ ଅଧିକ କର୍ମକର୍ତ୍ତାଙ୍କୁ ଗୁଆହାଟୀରେ ପ୍ରବେଶ କରିବାକୁ ଅନୁମତି ଦିଆ ନ ଯିବାରୁ ଉତ୍ତେଜନା ଦେଖାଦେଇଛି। ଉତ୍ତେଜନା ଦେଖାଯିବାରୁ ପୋଲିସ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଛି। ଯେଉଁଥିରେ କଂଗ୍ରେସର ଅନେକ ନେତା ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ, ବିନା ଅନୁମତି ପ୍ରବେଶ ଉଦ୍ୟମ ଏବଂ ଆଇନଶୃଙ୍ଖଳା ଭଙ୍ଗକୁ ନେଇ ରାହୁଲ ଗାନ୍ଧୀଙ୍କ ସହ ଅନେକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଡିଜିିପିଙ୍କ ସହ ଆଲୋଚନା କରି ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ବିରୋଧରେ ଆକ୍ରୋଶମୂଳକ ଭାଷଣ ଦେବା ସହ ଲୋକଙ୍କୁ ଉସକାଉଥିବାରୁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗୁଆହାଟୀରେ ଯାତ୍ରା ସମୟରେ ପ୍ରାୟ ୫ ହଜାରରୁ ଅଧିକ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ ଅଟକାଇଥିଲା ।

କଂଗ୍ରେସର ଅଭିଯୋଗ ଅନୁସାରେ, ପୋଲିସ ଲାଠିଚାର୍ଜରେ ଆସାମ ପ୍ରଦେଶ ଅଧ୍ୟକ୍ଷ ଭୂପେନ କୁମାର ବୋରା, ବିଧାନସଭାର ବିରୋଧୀ ଦଳ ନେତା ଦେବବ୍ରତ ସୌକିଆ ଆହତ ହୋଇଛନ୍ତି । ଅନ୍ୟପଟେ ପୋଲିସ ଅଧିକାରୀ କହିଛନ୍ତି, ଯାତ୍ରାବେଳେ କଂଗ୍ରେସ କର୍ମୀ ସୁରକ୍ଷା ବ୍ୟାରିକେଡକୁ ହଟାଇଥିଲେ ଏହି ସମୟରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା।

Share