Categories: ଜାତୀୟ

ପରସ୍ପରର ନିକଟତର ହେଉଛନ୍ତି ଚିରାଗ-ତେଜସ୍ୱୀ!

ପାଟନା,୨୦ ।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ଠାରୁ ଅଲଗା ହେବାପରେ ଲୋଜ ଜନଶକ୍ତି ପାର୍ଟି(ଏଲ୍‌ଜେପି) ଏବେ ମହାମମଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଜେତସ୍ୱୀ ଯାଦବଙ୍କ ନିକଟତର ହେଉଥିବା କୁଯାହାଉଛି । ଏଲ୍‌ଜେପି ଅଧ୍ୟକ୍ଷ ଚିରାଗ ପାଶୱାନ ଓ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ବର୍ଷୁଛନ୍ତି ଏଥିରୁ ଅନୁମାନ ଲଗାଯାଉଛି କି ଏମାନେ ପରସ୍ପରର ନିକଟତର ହେବାକୁ ଯାଉଛନ୍ତି । ଆହୁରି ମଧ୍ୟ ଯେତେବେଳେ ଭାଜପା ବିପକ୍ଷରେ ପ୍ରାର୍ଥୀ ଦେବେ ନାହିଁ ବୋଲି ଘୋଷଣା କରିଥିବା ଚିରାଗ ତେଜସ୍ୱୀଙ୍କ ଆସନ ରାଘୋପୁରରେ ଭାଜପା ବିରୋଧରେ ପ୍ରାର୍ଥୀ ଘୋଷଣା କରିଛନ୍ତି । ଏବେ ଏହି ଆସନ ବଣ୍ଟା ଉଭୟ ନେତାଙ୍କ ଭିତରେ ଭିତିରି ସମ୍ପର୍କକୁ ସୂଚାଉଛି ବୋଲି କୁହାଯାଉଛି । ଅନ୍ୟପଟେ ମହାମେଣ୍ଟ ତେଜସ୍ୱୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବା ପରେ ଚିରାଗ ତାଙ୍କୁ ଭାଇ ବୋଲି ସମ୍ବୋଧନ କରି ଶୁଭେଚ୍ଛା ଜଣାଇବା ଆଉ ଏକ କାରଣ ବୋଲି କୁହାଯାଉଛି । ସେହିଭଳି ତେଜସ୍ୱୀ ଯେତେବେଳେ ନୀତୀଶଙ୍କୁ ନିର୍ବାଚନ ଲଢିବାର ଚ୍ୟାଲେଞ୍ଜ ଦେଇଥିଲେ ସେତେବେଳେ ବି ଚିରାଗ ତେଜସ୍ୱୀଙ୍କ ସପକ୍ଷରେ ଯାଇଥିଲେ । ଚିରାଗ କହିଥିଲେ ମୁଖ୍ୟମନ୍ତ୍ରୀ ପାଇଁ ତେଜସ୍ୱୀ ଚ୍ୟାଲେଞ୍ଜ ସ୍ୱୀକାର କରିବା ଦରକାର ।

Share