ଉତ୍‌କ୍ଷେପଣ ହେଲା ପିଏସ୍‌ଏଲ୍‌ଭି-ସି ୫୬

ଓ୍ବାଶିଂଟନ/ହାଇଦ୍ରାବାଦ,୩୦ା୭: ରବିବାର ଭାରତ ଏବଂ ଆମେରିକା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ସିଙ୍ଗାପୁରର ଡିଏସ୍‌-ଏସ୍‌ଏଆର୍‌ ଉପଗ୍ରହ ସମେତ ୭ଟି ଉପଗ୍ରହ ଆଜି ସକାଳ ୬.୩୦ରେ ଇସ୍ରୋର ଶ୍ରୀହାରିକୋଟାଠାରୁ ପିଏସ୍‌ଏଲ୍‌ଭି-ସି୫୬ ଉତ୍‌କ୍ଷେପଣ କରାଯାଇଛି। ଏହି ମିଶନ ଇସ୍ରୋର ତୃତୀୟ ବାଣିଜି୍ୟକ ମିଶନ।

ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅର୍ଥାତ୍‌ ଜୁଲାଇ ୩୦ରେ ଏନେଇ ଦେଶବାସୀଙ୍କୁ ପୁଣି ଥରେ ‘ମନ୍‌ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ବୋଧିତ କରିବେ। ଏଥିସହ ଆମେରିକା ପକ୍ଷରୁ ଭାରତୀୟ-ଆମେରିକୀୟ ନୀତି ବିଶେଷଜ୍ଞ ନିଶା ଦେଶାଇ ବିଶ୍ୱାଲ ଆମେରିକାର ଅନ୍ତର୍ଜାତୀୟ ବିକାଶ ଅର୍ଥ ନିଗମ (ଡିଏଫ୍‌ସି)ର ଡେପୁଟି ଚିଫ୍‌ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟ କରିବାକୁ ଆମେରିକାର ସିନେଟ ଦ୍ୱାରା ଅନୁମୋଦିତ ହୋଇଛନ୍ତି।

Share