Categories: ଖେଳ

ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନର ପ୍ରଥମ ମହିଳା ସଭାପତି ହେଲେ ପି.ଟି. ଉଷା

ନୂଆଦିଲ୍ଲୀ,୧୦।୧୨: ଭେଟେରାନ ଧାବିକା ପି.ଟି. ଉଷା ଶନିବାର ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ(ଆଇଓଏ)ର ପ୍ରଥମ ମହିଳା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୫୮ ବର୍ଷୀୟ ଉଷା ନିର୍ନ୍ଦ୍ୱନ୍ଦ୍ୱରେ ଶୀର୍ଷ ପଦବୀକୁ ମନୋନୀତ ହୋଇଛନ୍ତି।

‘ପାୟୋଲି ଏକ୍ସପ୍ରେସ୍‌’ ଏବଂ ‘ଉଡନ ପରୀ’ ନାମରେ ଉଷା ବେଶ ଜଣାଶୁଣା । ୨୦୦୦ରେ ସେ ଅବସର ନେବା ପୂର୍ବରୁ ଦୁଇ ଦଶନ୍ଧି ଧରି ଭାରତୀୟ ଏବଂ ଏସୀୟ ଆଥଲେଟିକ୍ସରେ ନିଜର ପରାକାଷ୍ଠା ଦେଖାଇଥିଲେ। ଏବେ ତାଙ୍କ ଉପଲବ୍ଧି ଫର୍ଦ୍ଦରେ ଆଉ ଏକ ପୃଷ୍ଠା ଯୋଡ଼ି ହୋଇଛି। ସେ ୯୫ ବର୍ଷର ଆଇଓଏ ଇତିହାସରେ ଅଧ୍ୟକ୍ଷ ହୋଇଥିବା ପ୍ରଥମ ଅଲିମ୍ପିଆନ୍‌ ଏବଂ ପ୍ରଥମ ଅନ୍ତର୍ଜାତୀୟ ପଦକ ବିଜେତା ପାଲଟିଛନ୍ତି।

Share