ଦିଲ୍ଲୀରେ କୁସ୍ତିଯୋଦ୍ଧାଙ୍କୁ ଭେଟିଲେ ପି.ଟି. ଉଷା

ନୂଆଦିଲ୍ଲୀ,୩।୫: ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ପି.ଟି. ଉଷା ବୁଧବାର ଦିଲ୍ଲୀର ଯନ୍ତରମନ୍ତରରେ ପହଞ୍ଚି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାମାନଙ୍କୁ ଭେଟିଛନ୍ତି।

ଆନ୍ଦୋଳନକାରୀ କୁସ୍ତିଯୋଦ୍ଧାମାନଙ୍କ ଉପରେ ଗତ ସପ୍ତାହରେ ପି.ଟି. ଉଷା କ୍ଷୁବ୍ଧ ହୋଇଥିଲେ। ଉଷା କହିଥିଲେ, କୁସ୍ତିଯୋଦ୍ଧାମାନେ କ୍ରୀଡ଼ାବିତ୍‌ଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରୁଛନ୍ତି। କୁସ୍ତିଯୋଦ୍ଧାମାନେ ରାସ୍ତାକୁ ନ ଓହ୍ଲାଇ ସେମାନଙ୍କ ସମସ୍ୟା ନେଇ ଆମ ନିକଟକୁ ଆସିବାର ଥିଲା। ସୂଚନାନୁସାରେ, ପିଟି ଉଷା କୁସ୍ତିଯୋଦ୍ଧାମାନଙ୍କୁ ବିରୋଧ ବନ୍ଦ କରିବାକୁ ନିବେଦନ କରିଛନ୍ତି ଏବଂ ସେମାନଙ୍କୁ ନ୍ୟାୟ ପାଇବା ପାଇଁ ସାନ୍ତ୍ୱନା ମଧ୍ୟ ଦେଇଛନ୍ତି।

ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ବିଳମ୍ବ ଘଟୁଥିବାରୁ କୁସ୍ତିଯୋଦ୍ଧାମାନେ ଯନ୍ତରମନ୍ତରଠାରେ ଏପ୍ରିଲ ୨୩ରୁ ପୁଣି ଧାରଣାରେ ବସିଛନ୍ତି।

Share