ଇସଲାମାବାଦ,୨୪।୭: ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ ଖାଁଙ୍କୁ ସୋମବାର କ୍ୱେଟାର ବରିଷ୍ଠ ଓକିଲ ଅବଦୁଲ ରଜ୍ଜାକ ଶାରଙ୍କ ହତ୍ୟା ମାମଲାରେ ଆଶ୍ୱସ୍ତି ମିଳିଛି। ପାକିସ୍ତାନର ଜିଓ ନ୍ୟୁଜର ସୂଚନା ଅନୁଯାୟୀ, ପାକିସ୍ତାନ ସୁପ୍ରିମକୋର୍ଟ ଓକିଲଙ୍କ ହତ୍ୟା ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରିବାକୁ ନେଇ ୯ ଅଗଷ୍ଟ ପର୍ଯ୍ୟନ୍ତ ସ୍ଥଗିତାଦେଶ ଜାରି କରିଛନ୍ତି।
ଜୁନ ମାସରେ ଶାରଙ୍କ ଗୁଳି ବିନିମୟ ମାମଲାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଏହି ନାମାଙ୍କନ ଦିଆଯାଇଥିଲା। ଏହି ମାମଲା ସହ ଜଡିତ ଏକ ଆବେଦନ ମଧ୍ୟ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ଶାର ଜୁନ ୬ରେ ବାଲୁଚିସ୍ତାନ ହାଇକୋର୍ଟ (ବିଏଚସି) ଅଭିମୁଖେ ଯାଉଥିବା ବେଳେ ଅଜ୍ଞାତ ବ୍ୟକ୍ତିମାନେ ତିନି ମୋଟରସାଇକେଲରେ ଆସି ତାଙ୍କୁ ଗୁଳି ଚଳାଇ ହତ୍ୟା କରିଥିଲେ।