‘ସେତେବେଳେ ତୁମେ ଜନ୍ମ ହୋଇ ନ ଥିବ ଯେବେ ମୁଁ…’ପାକିସ୍ତାନ ସେନା ପ୍ରବକ୍ତାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ଇମ୍ରାନ

ଇସଲାମାବାଦ,୧୪।୫: ପାକିସ୍ତାନରେ ପାକିସ୍ତାନ ତହରିକ ଏ ଇନସାଫ ପାର୍ଟିର ମୁଖ୍ୟ ଇମ୍ରାନ ଖାଁ ଏବେ ମୁଖରା ହୋଇ ସେନାର ଆଲୋଚନା କରିଛନ୍ତି। ଏବେ ଏକ ତାଜା ବୟାନରେ ଇମ୍ରାନ ସେନାକୁ ଖୋଲା ଚ୍ୟାଲେଞ୍ଜ କରିଛନ୍ତି। ସେ କହିଛନ୍ତି, ଯଦି ରାଜନୀତି କରିବାକୁ ଚାହୁଁଛ ତେବେ ରାଜନୈତିକ ପାର୍ଟି ଗଠନ କର। ଇମ୍ରାନ ଖାଁ ପାକିସ୍ତାନ ସେନାର ମିଡିଆ ଓ୍ବିଙ୍ଗ ଡିଜି ମେଜର ଜେନରାଲ ଅହମଦ ଶରିଫ ଚୌଧୁରିଙ୍କ ନାମ ନେଇ ତାଙ୍କ ଉପରେ ବର୍ଷିଛନ୍ତି।

ଜେଲରୁ ମୁକୁଳିବା ପରେ ଇମ୍ରାନ ଖାଁ ଶନିବାର ଲାହୋରରେ ଥିବା ତାଙ୍କ ବାସଭବନରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ। ସୂଚନାଯୋଗ୍ୟ, ପାକିସ୍ତାନୀ ସେନାର ମିଡିଆ ୱିଙ୍ଗର ମୁଖ୍ୟ ମେଜର ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ ଇମ୍ରାନଙ୍କୁ ତାଙ୍କର ଏକ ବିବୃତ୍ତିରେ ‘କପଟୀ’ ବୋଲି କହିଛନ୍ତି। ଏହା ଉପରେ ଇମ୍ରାନ କହିଛନ୍ତି, ‘ମିଷ୍ଟର ଡିଜି ଆଇଏସପିଆର ଶୁଣ …. ତୁମେ ସେତେବେଳେ ଜନ୍ମ ହୋଇ ନ ଥିଲ, ଯେତେବେଳେ ମୁଁ ଦୁନିଆରେ ଦେଶର ପ୍ରତିନିଧିତ୍ୱ କରୁଥିଲି ଏବଂ ଗୌରବ ଆଣିଥିଲି। ମୋତେ କପଟୀ ବୋଲି କହିଥିବାରୁ ଲଜ୍ଜା ବୋଧକରିବା ଉଚିତ। ’

Share