ପିଟିଆଇ ନେତା ଗିରଫ

ଇସଲାମାବାଦ,୨୧ା୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାକିସ୍ତାନ ତେହେରିକ-ଇ-ଇନ୍‌ସାଫ (ପିଟିଆଇ)ର ସମସ୍ୟା ପିଛା ଛାଡୁନି। ଇମ୍ରାନ ସରକାରଙ୍କ ମନ୍ତ୍ରୀ ତଥା ବରିଷ୍ଠ ପିଟିଆଇ ନେତା ଗୁଲାମ ସରଓ୍ବର ଖାନ୍‌ଙ୍କୁ ପୋଲିସ ଗିରଫ କରିଛି। ଗୁଲାମ ମେ’ ୯ରେ ହୋଇଥିବା ଦଙ୍ଗାରେ ସମ୍ପୃକ୍ତ ଥିଲେ ବୋଲି ଅଭିଯୋଗ ହୋଇଛି।

ରାଓ୍ବଲପିଣ୍ଡି ପୋଲିସ ମୁଖପାତ୍ର ଇନ୍ସପେକ୍ଟର ସଜ୍ଜାଦୁଲ ହାସନ କହିଛନ୍ତି, ରାଓ୍ବଲପିଣ୍ଡି ଏବଂ ରାଜଧାନୀ ପୋଲିସର ମିଳିତ ଆକ୍ରମଣ ପରେ ପୂର୍ବତନ ମନ୍ତ୍ରୀଙ୍କୁ ଗିରଫ କରାଯାଇଥିଲା। ଜାତୀୟ ବିଧାନସଭାର ପୂର୍ବତନ ସଦସ୍ୟ ମନସୁର ହୟତ ଖାନ ଏବଂ ପଞ୍ଜାବ ପ୍ରାଦେଶିକ ବିଧାନସଭାର ପୂର୍ବତନ ସଦସ୍ୟ ଅମ୍ମାର ସିଦ୍ଦିକି ଖାନ୍‌ଙ୍କୁ ମଧ୍ୟ ପୋଲିସ ଗିରଫ କରିଛି।

Share