Categories: ଫୁରସତ

୫ ହଜାର ବର୍ଷ ତଳର ପବ୍‌

ବାଗ୍‌ଦାଦ: ଦକ୍ଷିଣ ଇରାକରୁ ୫,୦୦୦ ବର୍ଷ ତଳର ଏକ ପବ୍‌ ଠାବ ହୋଇଛି। ସେଠାରେ ଏକ ବିଶାଳ ଓଭନ, ଡାଇନିଂ ବେଞ୍ଚ୍‌, ସର୍ଭିଂ ଡିସ୍‌ ଓ ପ୍ରାକ୍‌ ଐତିହାସିକ ଯୁଗର ଶୀତଳୀକରଣ ବ୍ୟବସ୍ଥାର ଅବଶେଷ ରହିଛି। ପେନ୍‌ସିଲିଭାନିଆ ଏବଂ ପିସା ୟୁନିଭର୍ସିଟିର ଏକ ମିଳିତ ଟିମ୍‌ ଏହି ପବ୍‌କୁ ଠାବ କରିଛି। ସେଠାରେ ଥିବା ପାତ୍ରରେ ମାଛ କଣ୍ଟା ଏବଂ ପ୍ରାଣୀ ହାଡ଼ ରହିଥିବାବେଳେ ସେତେବେଳେ ବିଅର ବ୍ୟବହାର ହେଉଥିବାର ସଙ୍କେତ ମିଳିଛି। କାରଣ ସୁମେରୀୟମାନଙ୍କର ମଦ୍ୟପାନ ସାଧାରଣ କଥା ଥିଲା। ପୁରାତତ୍ତ୍ୱବିତ୍‌ମାନେ ଠାବ କରିଥିବା ଏକ ବାର୍‌ ୫,୦୦୦ ବର୍ଷର ପୁରୁଣା। ଏଥିରୁ ଉକ୍ତ ପ୍ରଥମ ସହରର ଦୈନନ୍ଦିନ ଜୀବନୀ ସମ୍ପର୍କରେ ସୂଚନା ମିଳିବ ବୋଲି କୁହାଯାଉଛି। ଆମେରିକୀୟ-ଇଟାଲୀୟ ଟିମ୍‌ ସେଠାରୁ ପୁରୁଣା ସାମଗ୍ରୀ ସହ କଳାକୃତି ଉଦ୍ଧାର କରିଛି।

Share