ପବ୍‌ଜି ନିଶା: ନିଦରେ ଫାୟାର-ଫାୟାର ଚିତ୍କାର କରୁଛନ୍ତି ବାଳକ…

ଜୟପୁର,୧୨।୭ : ଫାୟାର-ଫାୟାର ଜଣେ ୧୪ ବର୍ଷର ବାଳକ ରାତିରେ ନିଦରେ ଶୋଇ ମଧ୍ୟ ଏହିପରି ଚିତ୍କାର କରୁଛନ୍ତି। ଶୋଇବା ସମୟରେ ମଧ୍ୟ ତାଙ୍କ ହାତ ହଲଚଲ ହେବା ସହ ଏପଟ ସେପଟ ହେଉଛି। ସେ ଖାଇବା ପିଇବା ମଧ୍ୟ ବନ୍ଦ କରି ଦେଇଛନ୍ତି। ଏହି ବାଳକ ଜଣକ ମୋବାଇଲରେ ପବ୍‌ଜି ଖେଳିବା ନିଶାରେ ନିଜ ମାନସିକ ସନ୍ତୁଳନ ହରାଇଛନ୍ତି। ସେ ଏବେ ଦିବ୍ୟାଙ୍ଗ ସନ୍ଥାନର ହଷ୍ଟେଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଅବସ୍ଥା ଏତେ ଖରାପ ତାଙ୍କର ହାତ ଓ ଗୋଡ଼ ବାନ୍ଧି ରଖାଯାଇଛି । ତାଙ୍କ ପାଇଁ ଖେଳ ଏବେ କାଳ ହୋଇଛି। ମୋବାଇଲ ମାନିଆ ଯୋଗୁ ଏଭଳି ବିଲାମାନେ ପବ୍‌ଜି ଖେଳରେ ବହୁ ସମୟ ବିତାଉଥିବାରୁ ଏଭଳି ଅବସ୍ଥା ଦେଖାଦେଇଥିବା ଡାକ୍ତର କହିଛନ୍ତି।

ଏହି ଅଭାବନୀୟ ଘଟଣା ରାଜସ୍ଥାନର ଅଲୱାରର ମୁଙ୍ଗାସ୍କା କଲୋନୀର। ଏଠାରେ ରହୁଥିବା ଜଣେ ୧୪ ବର୍ଷ ବୟସ୍କ ରାହୁଲ (ନାମ ପରିବର୍ତ୍ତନ) ସପ୍ତମରେ ଅଧ୍ୟୟନ କରନ୍ତି। ଗତ ସାତ ମାସ ଧରି ସେ ମୋବାଇଲରେ ପବ୍‌ଜି ଏବଂ ଫ୍ରି ଫାୟାର ଭଳି ଅନଲାଇନ ଗେମ ଖେଳୁଥିଲେ। ସେ ଖେଳ ନିଶାରେ ଦିନକୁ ୧୪-୧୫ ଘଣ୍ଟା ବିତାଉଥିଲେ। ସେ ରାତିରେ ଚାଦର ଘୋଡି ହୋଇ ଖେଳ ଖେଳୁଥିଲେ। ଏହା ତାଙ୍କ ପରିବାର ସଦସ୍ୟ ଜାଣି ପାରୁ ନ ଥିଲେ। ଅତ୍ୟଧିକ ମୋବାଇଲ ଗେମ ଖେଳିବା ଯୋଗୁ ସେ ଅସୁସ୍ଥ ହୋଇ ମାନସିକ ସନ୍ତୁଳନ ହରାଇ ବସିଲେ ।

ସୂଚନା ଅନୁଯାୟୀ, ରାହୁଲଙ୍କ ପିତାମାତା ତାଙ୍କୁ ଅନଲାଇନ ଅଧ୍ୟୟନ ପାଇଁ ମୋବାଇଲ ଦେଇଥିଲେ। ଏଥିପାଇଁ ଘରେ ୱାଇଫାଇ ମଧ୍ୟ ସ୍ଥାପନ କରିଥିଲେ। ନେଟ୍‌ ପାଇଁ ତାଙ୍କର କୌଣସି ଅସୁବିଧା ନ ଥିଲା। ତେଣୁ ସେ ଅଧିକାଂଶ ସମୟ ମୋବାଇଲରେ ଖେଳ ଖେଳୁଥିଲେ । ଯେତେବେଳେ ସମ୍ପର୍କୀୟମାନେ ଏହା ବିଷୟରେ ଜାଣିଲେ, ସେମାନେ ତାଙ୍କୁ ଖେଳ ନ ଖେଳିବାକୁ କହିଥିଲେ, କିନ୍ତୁ ସେ ରାଜି ହୋଇ ନ ଥିଲେ।

କାହା କଥା ଶୁଣି ନ ଥିଲେ। ପରିବାର ସଦସ୍ୟ ରାହୁଲଙ୍କୁ ବୁଝାଶୁଝା କରିବାରୁ ସେ ରାଗିଯାଇ ଦୁଇଥର ଘରୁ ପଳାଇ ଯାଇଥିଲେ। ସମ୍ପର୍କୀୟମାନେ ବହୁତ କଷ୍ଟରେ ତାଙ୍କୁ ଖୋଜି ଘରକୁ ଆଣିଥିଲେ। ଏହା ପରେ ତାଙ୍କୁ ଏପ୍ରିଲରୁ ମେ ପର୍ଯ୍ୟନ୍ତ ଘରେ ବନ୍ଧା ହୋଇ ରଖାଯାଇଥିଲା। ଏହି ସମୟରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଆହୁରି ବିଗିଡି ଯାଇଥିଲା। ସମ୍ପର୍କୀୟମାନେ ତାଙ୍କୁ ଜୟପୁରର ଏକ ଡାକ୍ତରଖାନାର ଡାକ୍ତରମାନଙ୍କୁ ଦେଖାଇଥିଲେ ମଧ୍ୟ ତାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସି ନ ଥିଲା। ତାଙ୍କୁ ବର୍ତ୍ତମାନ ଅଲୱାରର ଏକ ହଷ୍ଟେଲରେ ରଖାଯାଇଛି, ଯେଉଁଠାରେ ଜଣେ ସାଇକୋଲୋଜିଷ୍ଟ ତାଙ୍କୁ ଚିକିତ୍ସା କରୁଛନ୍ତି। ଏହା ସହିତ ସ୍ବତନ୍ତ୍ର ପରାମର୍ଶଦାତା ମଧ୍ୟ ତାଙ୍କ ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି ।

ପବ୍‌ଜି ଏବଂ ଫ୍ରି ଫାୟାର ଗେମ ବିଷୟରେ ସବୁଠାରୁ ବଡ କଥା ହେଉଛି ଏହି ଖେଳ ଖେଳୁଥିବା କୌଣସି ଖେଳାଳି ହାରିବାକୁ ଚାହାଁନ୍ତି ନାହିଁ । ଯଦି ସେ ହାରିଯାଆନ୍ତି, ତେବେ ଜିତିବା ପାଇଁ ବାରମ୍ବାର ଖେଳ ଖେଳନ୍ତି। ଏହା ତାଙ୍କୁ ଖେଳ ଖେଳିବା ନିଶାରେ ପକାଇଥାଏ । ଅନେକ ଥର ପିଲାମାନେ ଏହି ଖେଳର ଶିକାର ହୁଅନ୍ତି । ବେଳେବେଳେ ସେମାନେ ଆତ୍ମହତ୍ୟା ଭଳି ପଦକ୍ଷେପ ମଧ୍ୟ ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବରାତ୍ରିରେ ସରକାରୀ ବଙ୍ଗଳା ଛାଡ଼ିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୨ା୯: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ନବରାତ୍ରି ପାର୍ବଣ ବେଳେ ସରକାର ବଙ୍ଗଳା ଖାଲି କରିବେ ବୋଲି ରବିବାର ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୩ରେ...

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri