Categories: ଜାତୀୟ

ପବଜୀ ପାଇଁ ପରିବାର ଲୋକଙ୍କ ସହ କଳି କରି ଏମିତି ପଦକ୍ଷେପ ନେଲେ ଛାତ୍ର

ଜଲନ୍ଧରଭାରତୀୟ ବଜାରରେ ସବୁଠାରୁ ଲୋକପ୍ରିୟ ସ୍ମାର୍ଟଫୋନ ଖେଳ ଭାବେ ପବଜୀ ବେଶ୍‌ ଲୋକପ୍ରିୟ ହୋଇଛି। ଆଜିର ଯୁବଗୋଷ୍ଠୀ ଏହି ଖେଳ ପାଇଁ ପୂରା ପାଗଳ। ଏହାର ଏକ ଜ୍ୱଳନ୍ତ ଉଦାହରଣ  ପଞ୍ଜାବର ଜଲନ୍ଧରରେ ଦେଖିବାକୁ ମିଳିଛି। ଏଠାରେ ଜଣେ କଲେଜ ଛାତ୍ର ପବଜୀକୁ ନେଇ ପରିବାର ସହ ଝଗଡା ପରେ ନିଜକୁ ଗୁଳି କରି ହତ୍ୟା କରିଥିଲେ। ତାଙ୍କ ପିତା  ସ୍ମାର୍ଟଫୋନ ଛଡ଼ାଇ ନେବା ପରେ ଛାତ୍ର ଏହି ଚରମ ପଦକ୍ଷେପ ନେଇଥିଲେ। ରିପୋର୍ଟ ଅନୁଯାୟୀ, ଅତୀତରେ ଲୋକପ୍ରିୟ ପବଜୀ ଖେଳିବା ପାଇଁ ବାପପୁଅଙ୍କର ଏକାଧିକ ଥର ଝଗଡା ହୋଇଥିଲା। ପୁଅର ପାଠପଢାକୁ ପ୍ରଦର୍ଶନକୁ ନେଇ ପିତା ଚିନ୍ତିତ ଥିଲେ। ଏହି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପିତାଙ୍କ ଲାଇସେନ୍ସପ୍ରାପ୍ତ ରିଭଲଭରକୁ ଧରି ନିଜକୁ ଗୁଳି କରିଦେଇଥିଲେ ପୁଅ। ସୂଚନାଯୋଗ୍ୟ, ମୃତ ଛାତ୍ରଟି ବି.କମ ଛାତ୍ର ଥିଲେ।

Share