Categories: ଜାତୀୟ

ପୁଣି ଭାରତକୁ ଫେରୁଛି ପବଜୀ

ନୂଆଦିଲ୍ଲୀ,୧୨।୧୧: ପବଜୀ ମୋବାଇଲ୍‌ ଭାରତକୁ ପୁଣି ଫେରୁଛି। ଦକ୍ଷିଣ କୋରିଆର ଗେମିଂ ସଂସ୍ଥା ପବଜୀ କର୍ପୋରେଶନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏଥିସହ କମ୍ପାନୀ ଭାରତୀୟ ମାର୍କେଟ ପାଇଁ ନୂଆ ଗେମ୍‌ ନେଇ ଆସୁଛି। ଏହି ଚାଇନା କମ୍ପାନୀ ସହ ଏହାର କୌଣସି ପାର୍ଟନର୍‌ସିପ୍‌ ରହିବ ନାହିଁ ବୋଲି ଜଣାପଡିଛି। ପବଜୀ କର୍ପୋରେଶନ ମୁତାବକ, ଭାରତରେ ପବଜୀ ମୋବାଇଲ୍‌ ଇଣ୍ଡିଆ ଲଞ୍ଚ୍‌ କରାଯିବ। ଏହି ନୂଆ ଆପ୍‌ ଉନ୍ନତମାନର ଡାଟା ସିକ୍ୟୁରିଟୀକୁ ପାଳନ କରିବ। ଭାରତରେ ଏହି କମ୍ପାନୀ ବଡ ନିବେଶ କରିବାକୁ ଲକ୍ଷ୍ୟ ରଖଛି। ସୂଚନାଯୋଗ୍ୟ, ଦେଶର ସୁରକ୍ଷା ଦୃଷ୍ଟିରୁ ପବଜୀକୁ ନିଷିଦ୍ଧ କରାଯାଇଥିଲା। ପବ୍‌ଜୀ ପାଇଁ ଭାରତ ଥିଲା ଏକ ବହୁତ ବଡ ବଜାର। ଭାରତରେ ୧୭.୫ କୋଟି ଥର ଏହାକୁ ଡାଉନଲୋଡ କରାଯାଇଛି। ପିଲାମାନଙ୍କ ମଧ୍ୟରେ ଏହା ବେଶ ଲୋକପ୍ରିୟ ଥିଲା। ସାରା ବିଶ୍ବରେ ଏହି ଗେମ ମୋଟ ଯେତିକି ଥର ଡାଉନଲୋଡ ହୋଇଛି ତାହାର ୨୫% କେବଳ ଭାରତୀୟମାନେ ଡାଉନଲୋଡ କରିଛନ୍ତି।

Share