Categories: ଜାତୀୟ

ପବଜୀ ବ୍ୟାନ୍‌ ଆଶଙ୍କାରେ ନେଲା ଏମିତି ପଦକ୍ଷେପ

ଭାରତରେ ପ୍ରତିବନ୍ଧକକୁ ଏଡାଇବା ପାଇଁ ପବଜୀ ମୋବାଇଲ ୟୁଜର୍ସଙ୍କ ଗୋପନୀୟତା ନୀତିକୁ ଅପଡେଟ୍‌ କରିଛି। ଭାରତରେ ଚାଇନାର ଆପ ନିଷେଧକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନେଇଥିବା ପବଜୀ ଏକ ବିଜ୍ଞପ୍ତି ଦ୍ୱାରା କହିଛି। ଜଣେ ଉପଭୋକ୍ତାଙ୍କର ବ୍ୟକ୍ତିଗତ ସୂଚନା କିପରି ପ୍ରଘଟ ନ ହୁଏ ସେଥିପାଇଁ ଗୋପନୀୟତା ନୀତିରେ ପରିବର୍ତ୍ତନ କରାଯାଇଛି। ଭାରତରେ ୫୯ଟି ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏହି ଅପଡେଟ କରାଯାଇଛି। ନିକଟରେ ଆଇଟି ମନ୍ତ୍ରଣାଳୟ ଏକ ନିର୍ଦ୍ଦେଶ ଜାରି କରି କହିଛି, ୨୫୦ଟି ଏପରି ଆପ ଅଛି ଯାହା ଗୋପନୀୟତା ଏବଂ ଜାତୀୟ ସୁରକ୍ଷା ଉଲ୍ଲଂଘନ କରିଥିବା ଚିହ୍ନଟ ହୋଇଛି। ଏହି ଆପଗୁଡିକ ମଧ୍ୟରେ ପବଜୀ ମଧ୍ୟ ଅନ୍ତର୍ଭୁକ୍ତ।

Share