ଧରିତ୍ରୀ ପ୍ରଭାବ: ଖବର ପ୍ରସାରଣ ପରେ ଜନସଚେତନ ଶପଥ କରାଇଲେ ଜିଲା ସମାଜ ମଙ୍ଗଳ ଅଧିକାରିଣୀ

ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ହୋଇ ଏବେ ବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏହା ପରେ ଜିଲା ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆରମ୍ଭ ହୋଇଛି। ଘଟଣା ପରଠାରୁ ୨ ଦିନ ଧରି ଜନସଚେତନତାକୁ ବ୍ୟାପକ କରାଯାଇଛି। ଶନିବାର ଏହି ସଚେତନ କାର୍ଯ୍ୟକ୍ରମକୁ ଶିକରମାହା ଗ୍ରାମରୁ ଆରମ୍ଭ କରାଯାଇଥିବାବେଳେ ରବିବାର ମାଣ୍ଡିପଙ୍କା ଗ୍ରାମରେ ଏହି ସଚେତନ କରାଯାଇଥିଲା। ଘଟଣା ଘଟିବା ପରେ ମଧ୍ୟ ଲୋକ ଆମ୍ବଟାକୁଆ ଖାଇବା ନେଇ ଧରିତ୍ରୀ ପୋର୍ଟାଲରେ ଖବର ପ୍ରକାଶିତ ହୋଇଥିଲା। ଏହା ପରେ ପୁଣି କିଛି ଅଘଟଣ ଘଟିବା ଭୟରେ ପ୍ରଶାସନ ପକ୍ଷରୁ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ବିଜୟଲକ୍ଷ୍ମୀ ବେହେରା ଏବଂ ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା ଓ ଅଞ୍ଚଳର ସମସ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ରର କର୍ମୀମାନେ ଦଳଦଳ ଗାଁ ଗାଁ ବୁଲି ସଚେତନ କରାଇବା ସହ ଆମ୍ବଟାକୁଆକୁ ନା କହିବାକୁ ପରାମର୍ଶ ଦେବା ସହ ଶପଥ ପାଠ କରାଇଛନ୍ତି। ରବିବାର ସଚେତନ କରାଇବାବେଳେ ଏକାଧିକ ପରିବାର ଆମ୍ବଟାକୁଆ ପ୍ରସ୍ତୁତ କରି ଖାଇବା ପାଇଁ ରଖିଥିବାବେଳେ ଜିଲା ସମାଜ ମଙ୍ଗଳ ଅଧିକାରିଣୀ ଓ ସିଡିପିଓ ସେଗୁଡ଼ିକୁ ନଷ୍ଟ କରିଥିଲେ। ଏଗୁଡ଼ିକ ଖାଇବା ଦ୍ୱାରା ଲୋକଙ୍କ ପାଇଁ ବିପଦ ବୋଲି କୁହାଯାଇଥିଲା। ଏହାକୁ ନେଇ କିଛି ଲୋକ ରାଜି ହେଉଥିବାବେଳେ ଆଉ କିଛି ଲୋକ ସରକାର ସେମାନଙ୍କ ପାଇଁ ସୁଷମ ଖାଦ୍ୟ ଯୋଗାଇଦେବା ସହ ଅଧିକ ଚାଉଳ ଯୋଗାଇବାକୁ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Gold: ସୁନାଦର ଖସିବା ଭିତରେ ଆସିଲା ବଡ଼ ଖବର: ଅକ୍ଷୟ ତୃତୀୟାରେ ଏତେ ଶସ୍ତାରେ ମିଳିବ ସୁନା! ମେକିଂଚାର୍ଜ ପାଇଁ…

ନୂଆଦିଲ୍ଲୀ,୨୩।୫: ଅକ୍ଷୟ ତୃତୀୟା ପାଇଁ ଆଉ ମାତ୍ର କିଛି ଦିନ ବାକି ଅଛି। ଏହି ଦିନ ସୁନା କିଣିବା ବହୁତ ଶୁଭ ବୋଲି ବିବେଚନା କରାଯାଏ।...

ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, କହିଲେ ପୂର୍ବ ସୂଚନାଗୁଡ଼ିକ…

ଭୁବନେଶ୍ୱର,୨୩ା୪:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ବୁଧବାର ପୂର୍ତ୍ତ ବିଭାଗର ପ୍ରୋଜେକ୍ଟ ମନିଟରିଂ ଡ୍ୟାସବୋର୍ଡ’ର ଉନ୍ମୋଚନ କରିଛନ୍ତି। ଏହା ଦ୍ୱାରା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପଗୁଡିକର...

Pahalgam Terror Attack: ମୋଦି ସରକାରଙ୍କୁ ବଡ଼ ଅପିଲ କଲେ ଖାର୍ଗେ, କହିଲେ ଆମେ ସାଥିରେ ଅଛୁ

ନୂଆଦିଲ୍ଲୀ,୨୩।୪: ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଶାସକ ଏବଂ ବିରୋଧୀ ଦଳର ସମସ୍ତ ନେତା କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ...

Kashmir Attack: ପାକିସ୍ତାନ ମୁହାଁ ଭାରତୀୟ ସେନା! ହେବ କି ବଡ଼ଯୁଦ୍ଧ

ନୂଆଦିଲ୍ଲୀ,୨୩।୪: ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଅତ୍ୟଧିକ ବୃଦ୍ଧି କରିଛି। ଏହି...

Pahalgam Terror Attack: ପାକିସ୍ତାନ ପରେ ଆସିଲା ଚାଇନାର ପ୍ରଥମ ପ୍ରତିକ୍ରିୟା

ଶ୍ରୀନଗର,୨୩।୪: ପାକିସ୍ତାନ ପରେ ଏବେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ନେଇ ଚାଇନାର ପ୍ରତିକ୍ରିୟା ଆସିଛି। ନୂଆଦିଲ୍ଲୀରେ ଚାଇନାର ରାଷ୍ଟ୍ରଦୂତ ଜୁ ଫେଇହୋଙ୍ଗ ଏକ ସୋସିଆଲ...

ଆଉ ମାଟ୍ରିକ ନୁହେଁ, ଏଣିକି ଅଙ୍ଗନଓ୍ବାଡ଼ି ସୁପରଭାଇଜରଙ୍କ ଯୋଗ୍ୟତା ସ୍ନାତକ

ଭୁବନେଶ୍ୱର,୨୩ା୪: ଏଣିକି ଅଙ୍ଗନଓ୍ବାଡ଼ି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ରଖାଯାଇଛି। ପୂର୍ବରୁ ଅଙ୍ଗନଓ୍ବାଡ଼ି ସୁପରଭାଇଜରଙ୍କ ପାଇଁ ଯୋଗ୍ୟତା ମାଟ୍ରିକ ଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କ୍ୟାବିନେଟ୍‌ ବୈଠକ: ୬ ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ୱର,୨୩ା୪: ମନ୍ତ୍ରୀ ପରିଷଦ ଏବଂ ରାଜ୍ୟ କ୍ୟାବିନେଟ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଛି। ବୈଠକ ପରେ ମୁଖ୍ୟ ଶାସନ...

Pahalgam Terror Attack: ଆଟାକ୍‌ ପରେ ପରେ କଶ୍ମୀର ମସଜିଦରୁ ଶୁଭିଲା ଏମିତି ଶଦ୍ଦ, ପୁରା ଦେଶ ସ୍ତବ୍ଧ

ନୂଆଦିଲ୍ଲୀ,୨୩।୪: ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପୁରା ଦେଶ ସ୍ତବ୍ଧ ହୋଇଯାଇଛି। ସବୁଠୁ ବଡ଼କଥା ହେଉଛି କଶ୍ମୀରର ମସଜିଦରେ ଏମିତି କିଛି ଘୋଷଣା କରାଯାଇଛି। ଯାହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image