ନୂଆ ପାଠ୍ୟକ୍ରମ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ନବମ ଓ ଦଶମର ନୂଆ ପାଠ୍ୟକ୍ରମ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ମଙ୍ଗଳବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆଗାମୀ ଦିନ ପାଇଁ ଏବେଠୁ ପିଲାଙ୍କୁ ପ୍ରସ୍ତୁତ କରାଯିବ। ପିଲାମାନଙ୍କୁ ଏବେଠୁ ପ୍ରସ୍ତୁତି କରାଗଲେ ଆଗକୁ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ସୁବିଧା ହେବ। ବିଭିନ୍ନ ବିଷୟରେ ତାଲିମ ଓ ପ୍ରୋଜେକ୍ଟ ସମ୍ପର୍କିତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଉଛି। ଏ ନେଇ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦିଆଯିବା ବ୍ୟବସ୍ଥା ରହିଛି। ଖୁବ ଶୀଘ୍ର ଷ୍ଟଡି ମ୍ୟାଟେରିଆଲ ପହଞ୍ଚିବ। ଏ ନେଇ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଉଛି।

Share